ନୟାଗଡ଼, (ବାଘୁଆବାର୍ତ୍ତା) : ଚାଇଲ୍ଡ ଲାଇନ ଏବଂ ବାଲ୍ୟ ବିବାହ ନିରାକରଣ ଅଧିକାରିଣୀ ଚଢ଼ାଉ କରି ଦୁଇଟି ନାବାଳିକା ବିବାହ ଅଟକାଇଥିବା ଜଣାପଡ଼ିଛି । ଖଣ୍ଡପଡ଼ା ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୭ ବର୍ଷିୟା ନାବାଳିକା ସହ ନୟାଗଡ଼ ସଦରଥାନା ଅନ୍ତର୍ଗତ ଶିମିଳିସାହି ଗ୍ରାମର ମହେଶ ପତିଙ୍କ ପୁଅ ଦିବାକର ପତିଙ୍କ ସହ ବିବାହ ଅନୁଷ୍ଠିତ ହେବାକୁ ଥିବା ଖବର ପାଇ ଚାଇଲ୍ଡ ଲାଇନ ନାବାଳିକାଙ୍କ ଘରେ ଚଢ଼ାଉ କରି ଅଟକାଇଥିବା ଜଣାପଡ଼ିଛି । ନାବାଳିକାଙ୍କ ବାପା ମାଆ ଝିଅ ସାବାଳିକା ନହେବା ପର୍ଯ୍ୟନ୍ତ ବିବାହ କରାଇବେ ନାହିଁ ବୋଲି ଲିଖିତ ପ୍ରତିଶୃତି ଦେଇଛନ୍ତି । ସେହିଭଳି ଶୁକ୍ରବାର ଇଟାମାଟି ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ନାବାଳିକାର ବିବାହ ଅନୁଷ୍ଠିତ ହେଉଥିବା ଖବର ପାଇ ଚାଇଲ୍ଡ ଲାଇନ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହି ସମୟରେ ବରଯାତ୍ରୀଙ୍କୁ ନେଇ ଆସୁଥିବା ବର ଅଧା ବାଟରୁ ଫେରିଯାଇଥିବା ଜଣାପଡ଼ିଛି । ଏହି ଘଟଣାରେ ମଧ୍ୟ ନାବାଳିକାର ପିତାମାତା ଲିଖିତ ପ୍ରତିଶୃତି ଦେଇଛନ୍ତି । ଏହି ନାବାଳିକାଙ୍କ ବିବାହ ଇଟାମାଟି ଥାନା ଅନ୍ତର୍ଗତ ଭୁତଡ଼ିହି ଗ୍ରାମ ବିପିନ ପ୍ରଧାନଙ୍କ ସହ ହେବାକୁ ସ୍ଥିର କରାଯାଇଥିଲା ।






