ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଚାଇଲ୍ଡ ଲାଇନ ଏବଂ ଆସିଡିଏସ୍ ମିଳିତ ଆନୁକୁଲ୍ୟରେ ପୁଣି ଏକ ନାବାଳିକା ବିବାହକୁ ଅଟକା ଯାଇଥିବା ଜଣାଯାଇଛି । ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଏକ ଗ୍ରାମରେ ଜଣେ ନାବାଳିକାର ଅନିଚ୍ଛା ସତ୍ତ୍ୱେ ପରିବାର ଲୋକେ ତାହାର ବିବାହ କରିବେ ବୋଲି ସ୍ଥିର କରି ସାରିଥିଲେ । ଏନେଇ ୧୦୯୮ ନଂରେ ଅଭିଯୋଗ ଆସିବାରୁ ଆଜି ବିବାହକୁ ରୋକା ଯାଇଥିଲା । ମାତ୍ର ନାବାଳିକାର ବିବାହ ପ୍ରତି ବିପଦ ଥିବାରୁ ତାକୁ ଉଦ୍ଧାର କରାଯାଇ ସିଡବ୍ଲ୍ୟୁସିରେ ହାଜର କରାଯିବା ପରେ ୱାନ୍ ଷ୍ଟପ ସେଣ୍ଟରରେ ରଖାଯାଇଛି । ନାବାଳିକାଙ୍କ ବିବାହ ଖଣ୍ଡପଡ଼ା ବ୍ଲକ ସାନ ବାଣପୁର ଗ୍ରାମର ଜଣେ ବିଦ୍ୟୁତ କର୍ମଚାରୀଙ୍କ ସହ ସ୍ଥିର ହୋଇଥିଲା । ଏହି ଚଢ଼ାଉରେ ଚାଇଲ୍ଡ ଲାଇନ ସଦସ୍ୟ ସଂଜୟ କୁମାର ସାହୁ, ସୁଜାତା ବେହେରା ଏବଂ ଆସିଡିଏସ୍ କର୍ମଚାରୀ ସନ୍ତୋଷୀ ପାଣି ସାମିଲ ହୋଇଥିଲେ ।





