ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ବାଲ୍ୟ ବିବାହ ନେଇ ଯେତେ କଟକଣା କଲେ ମଧ୍ୟ ସୁଧୁରିବାର ନାଁ ଧରୁ ନାହିଁ । ଖଣ୍ଡପଡ଼ା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ୧୭ ବର୍ଷିୟା ନାବାଳିକାର ବିବାହ ଅନୁଷ୍ଠିତ ହେବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ଆଜି ମଙ୍ଗନ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା କାଲି ଉକ୍ତ ନାବାଳିକାର ବିବାହ କଟକ ଜିଲ୍ଲା ବଡ଼ମ୍ବା ଅଂଚଳର ଭଟ୍ଟାରିକା ଝରଜିଆ ଗ୍ରାମର ରାଜମିସ୍ତ୍ରୀ କାମ କରୁଥିବା ପ୍ରକାଶ ସାହଙ୍କ ସହ ବିବାହ ଅନୁଷ୍ଠିତ ହୋଇଥିଲା । ଖବରପାଇ ଚାଇଲ୍ଡ ଲାଇନ, ଆସିଡିଏସ ଅଧିକାରୀ ଏବଂ ପୁଲିସ ମିଳିତ ଭାବେ ନାବାଳିକାଙ୍କ ଘରେ ପହଂଚି ବିବାହ ନକରିବାକୁ ବୁଝାଶୁଝା କରିଥିଲେ । ମାତ୍ର ପରିସ୍ଥିତିର ଗମ୍ଭୀରତା ଦୃଷ୍ଟିରୁ ନାବାଳିକାକୁ ଚାଇଲ୍ଡ ଲାଇନ ଉଦ୍ଧାର କରି ଆଣି ସିଡବ୍ଲ୍ୟୁସିରେ ହାଜର କରିଛି । ପରେ ନାବାଳିକାରୁ ତପସ୍ୟା ଶିଶୁ ଗୃହରେ ରଖା ଯାଇଥିବା ଜଣାପଡ଼ିଛି ।






