ନୟାଗଡ଼, (ବାଘୁଆବାର୍ତ୍ତା) : ଗଣିଆ ବଜାରରେ ବାସ କରୁଥିବା ସର୍ବେଶ୍ୱର ନାୟକଙ୍କ ପୁଅ ରାହୁଲ କୁମାର ନାୟକ ୩ ଦିନ ହେବ କେଉଁଆଡେ ଚାଲି ଯାଇଛନ୍ତି । ରାହୁଲ ଗଲାବେଳେ କଳା ପ୍ୟାଣ୍ଟ ଓ କଳା ଟିସାର୍ଟ ଜ୍ୟାକେଟ ପିନ୍ଧି ଯାଇଥିବା ବେଳେ ସାଙ୍ଗରେ ଏକ ବାଇକ୍ ନେଇ ଚାଲି ଯାଇଛି । ତାଙ୍କ ପିତା ତାକୁ ବନ୍ଧୁ ବାନ୍ଧବଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକ ସ୍ଥାନରେ ଖୋଜାରଖୋଜି କରିବା ପରେ ନପାଇବାରୁ ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଯଦି କେହି ସଂପୃକ୍ତ ନାବାଳକକୁ ଦେଖନ୍ତି ତେବେ ୭୯୭୮୧୪୭୬୫୮ରେ ଯୋଗାଯୋଗ କରିବାକୁ ପରିବାର ତରଫରୁ ନିବେଦନ କରାଯାଇଛି । ନାବାଳକ ଜଣକ ଦଶମ ଶ୍ରେଣୀରେ ପାଠ ପଢୁଥିôବା ବେଳେ କେଉଁଥିପାଇଁ ଘରୁ ଚାଲି ଯାଇଛି ସେ ନେଇ ତାଙ୍କ ବାପା କିଛି ଜଣାଇ ନାହାନ୍ତି ।






