ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ପୈାର ପାଳିକାର ୮ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଦୀର୍ଘ ୭ ମାସ ଧରି କରୋନା ମୁକାବିଲାରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବା ପୈାର କର୍ମଚାରୀମାନେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଛି । ଯାହାକୁ ନେଇ କାର୍ଯ୍ୟାଳୟ ବିଶୋଧନର ଆବଶ୍ୟକତା ଥିବାରୁ ନୟାଗଡ଼ ତହସିଲଦାର କାର୍ଯ୍ୟାଳୟକୁ ୨୯ ତାରିଖ ସକାଳ ୯ ଘଟିକାଠାରୁ ୧ ତାରିଖ ସକାଳ ୯ ଘଟିକା ପର୍ଯ୍ୟନ୍ତ ସଟ୍ଡାଉନ୍ କରିଥିବା ଜଣାଯାଇଛି ।






