Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ପୌର ପରିଷଦରେ ଟେଣ୍ଡର ଫିକ୍ସିଂ ଅଭିଯୋଗ:କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାମରେ ହେବ  ଫୌଜଦାରୀ ମୋକଦ୍ଧମା:କଂଗ୍ରେସ

by ସଞ୍ଜୟ ସ୍ୱାଇଁ
April 9, 2026
in Nayagarh
ନୟାଗଡ଼ ପୌର ପରିଷଦରେ ଟେଣ୍ଡର ଫିକ୍ସିଂ ଅଭିଯୋଗ:କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାମରେ ହେବ  ଫୌଜଦାରୀ ମୋକଦ୍ଧମା:କଂଗ୍ରେସ
140
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ପୌପରିଷଦର ନାମରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ। ଟେଣ୍ଡର ଫିକ୍ସିଂ କରିଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ। ଏଭଳି ଅଭିଯୋଗ ଆଣିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ରଣଜିତ୍ ଦାଶ। ପ୍ରାୟ ଅଢେଇ କୋଟି ଟଙ୍କା ଅଟକଳ ମୂଲ୍ୟର ୧୬ ଗୋଟି ଠିକା କାର୍ଯ୍ୟକୁ OPWD (ଓପିଡ଼ବ୍ଲ୍ୟୁଡି)ନିୟମାବଳୀକୁ ଉଲଂଘନ କରାଯାଇ କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କର କିଛି ନିର୍ଦ୍ଧିଷ୍ଟ ଠିକାଦାରଙ୍କୁ ତିନିଚାରିଟା ଲେଖାଏଁ ପ୍ରକଳ୍ପ କାର୍ଯ୍ୟ ଦେଇଥିବା ଆଜି ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଦାଶ। ଏହି ୧୬ ଗୋଟି ଠିକାକାର୍ଯ୍ୟ ପାଇଁ ଅନଲାଇନ ଟେଣ୍ଡର ଆବେଦନ ପାଇଁ ନୟାଗଡ଼ ପୌର ପରିଷଦ ପକ୍ଷରୁ ବିଜ୍ଞାପନ ପ୍ରକାଶ କରାଯାଇଥିଲା ।(ଓପିଡ଼ବ୍ଲ୍ୟୁଡି) OPWD ନିୟମ ଆଧାରରେ ଅନଲାଇନ ବିଡିଙ୍ଗ ପରେ ପୁନଶ୍ଚ ଅଫଲାଇନ ଦରଖାସ୍ତ କୌଣସି ଲାଇନ ଯାନ୍ତ୍ରିକ ସଂସ୍ଥାରେ ଆବେଦନ କରାଯାଉ ନଥିବା ବେଳେ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଟେଣ୍ଡର ଫିକ୍ସିଂ ପ୍ରୋତ୍ସାହନ ପାଇଁ ଠିକାଦାର ସଙ୍ଘ ସହିତ ଷଡଯନ୍ତ୍ର କରି ସମସ୍ତ ୧୬ ଗୋଟି କାର୍ଯ୍ୟକୁ ନିର୍ଦ୍ଧାରିତ ଅଟକଳ ମୂଲ୍ୟ ଅର୍ଥରାଶି ରେ ବିଡିଙ୍ଗ କରାଇଥିଲେ । ଜଣେ ମଧ୍ୟ କେହି ଠିକାସଂସ୍ଥା ୧୪.୯୯ କମ ମୂଲ୍ୟ ତାଙ୍କ ଟେଣ୍ଡର ପେପରରେ ଉଲ୍ଲେଖ କରିନଥିବା ନିର୍ବାହୀ ଅଧିକାରୀଙ୍କ ଭୂମିକା ସନ୍ଦେହଜନକ ଥିବା କଂଗ୍ରେସ ନେତା ଶ୍ରୀଯୁକ୍ତ ଦାଶ ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି । ଏପରିକି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିବା ଠିକାଦାର ମାନଙ୍କୁ ସେମାନଙ୍କ ଇମେଲ ଅନିଚ୍ଛା ସତ୍ୱେ ସେମାନଙ୍କୁ ଲଟେରୀ ଚୟନ ପ୍ରକ୍ରିୟାରୁ ବାଦ ଦେଇଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ । ଟେଣ୍ଡରଧାରୀ ଯଦି ଲଟେରୀ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ଅନିଛୁକ ଏବେ ସେ ବ୍ୟକ୍ତିଗତ ହାଜର ହୋଇ ଲିଖିତ ଭାବେ ଜଣାଇବା ନିୟମ ଥିଲାବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି ଯାହାକି ତାଙ୍କ ବିରୁଦ୍ଧରେ ଫୌଜଦାରୀ ମୋକଦ୍ଦମା ରୁଜ୍ଜୁ ହେବା ପାଇଁ ରାସ୍ତା ଉନ୍ମୁକ୍ତ ରହିଥିବା ଶ୍ରୀଯୁକ୍ତ ଦାଶ କହିଛନ୍ତି । କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କ ପଦର ଅପବ୍ୟବହାର କରି ପ୍ରାୟ ଅଢେଇ କୋଟି ଟଙ୍କା ର ଠିକାକାର୍ଯ୍ୟକୁ ଟେଣ୍ଡର ଫିକ୍ସିଂ କରାଇ ରାଜ୍ୟ ରାଜକୋଷରୁ ପ୍ରାୟ ୪୦ କୋଟି ଟଙ୍କା କ୍ଷତି ପହଞ୍ଚାଇଛନ୍ତି । ସମ୍ପୂର୍ଣ୍ଣ ଅନଲାଇନ ଟେଣ୍ଡର ପ୍ରକ୍ରିୟାରେ ଯଦି ଠିକାଦାର ଚୟନ କରାଯାଇ ଥାନ୍ତା ତେବେ ସରକାରଙ୍କୁ ପ୍ରାୟ ୪୦ ଲକ୍ଷ ଟଙ୍କା ହରିଲୁଟ ହୋଇ ନଥାନ୍ତା ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଜିଲ୍ଲାପାଳ ଏହାର ଉପଯୁକ୍ତ ତଦନ୍ତ ପାଇଁ ନିର୍ଦ୍ଦେଶ ପ୍ରଦାନ କରନ୍ତୁ ଏବଂ ତଦନ୍ତ ରିପୋର୍ଟ ଆସିବା ଯାଏଁ ଏହି ୧୬ ଗୋଟି କାର୍ଯ୍ୟର କାର୍ଯ୍ୟାଦେଶ ପ୍ରଦାନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଶ୍ରୀଯୁକ୍ତ ଦାଶ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!