Friday, July 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଦଳିବ ପୁରୁଣା ଜେଲ ଋପରେଖ

ଆଲୋକିରଣ ବ୍ୟବସ୍ଥାର ଶୁଭ ଉଦଘାଟନ୍

by ସଞ୍ଜୟ ସ୍ୱାଇଁ
March 4, 2021
in Feature News
ବଦଳିବ ପୁରୁଣା ଜେଲ ଋପରେଖ
889
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସହର ପୈାର ପରିଷଦ ଆନୁକୁଲ୍ୟରେ ଆଜି ୧୧.୫ କିଲୋମିଟର ରସ୍ତା ଆଲୋକିକରଣ କାର୍ଯ୍ୟର ଶୁଭ ଉଦ୍ଘାଟନ କରାଯାଇଛି । ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ ଜେନା, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ ପ୍ରମୂଖ ଉପସ୍ଥିତ ରହିଥିଲେ । ରାଜ୍ୟ ସରକାରଙ୍କ ଅନୁଦାନରେ ଏହି ଆଲୋକିକରଣ କାର୍ଯ୍ୟ କରାଯାଇଥିବା ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ସୂଚନା ଦେଇଛନ୍ତି । ନୟାଗଡ଼ ସହର ପୁରୁଣା ବସଷ୍ଟାଣ୍ଡଠାରୁ ଷ୍ଟେସନ୍, ସିନ୍ଦୁରିଆଠାରୁ ଷ୍ଟେସନ, ସଦରଥାନାଠାରୁ ଭାଲୁଖୋଲ, ଓଡ଼ଗାଁ ରାସ୍ତାରେ ମାର୍ଥା କଲୋନୀଠାରୁ ଲେଙ୍କୁଡ଼ିପଡ଼ା, ଭିଜିଲାନ୍ସ ଅଫିସଠାରୁ ପୁଲିସ ଟ୍ରେନିଂ ସ୍କୁଲ, ଜଗନ୍ନାଥମନ୍ଦିରଠାରୁ ଝୁମ୍ପୁରୀ, ଜିଲ୍ଲାପାଳଙ୍କ ବାସଭବନଠାରୁ ହାଉସିଂବୋର୍ଡ଼ ପ୍ରଭୃତି ଅଞ୍ଚଳରେ ମୋଟ ୧୧.୫ କିମି ରାସ୍ତା ପାଶ୍ୱର୍ରେ ଏଲଇଡି ଲାଇଟ ଆଜିଠାରୁ ଜଳିବା ଆରମ୍ଭ ହୋଇଛି । ଏହି ଅବସରରେ ଆଗାମୀ ଦିନରେ ପୈାରାଞ୍ଚଳର ୨୩ କିଲୋମିଟର ଆଲୋକୀକରଣ କରାଯିବା ନେଇ ମନ୍ତ୍ରୀ ଡ. ସାହୁ ସୂଚନା ଦେଇଛନ୍ତି । ସହରବାସୀଙ୍କୁ ପାନୀୟ ଜଳ, ଉଜ୍ୱଳ ଆଲୋକ, ସହର ସୈାନ୍ଦର୍ଯ୍ୟକରଣ ଏବଂ ନୂତନ ବସଷ୍ଟାଣ୍ଡ ନିର୍ମାଣ ଖୁବଶୀଘ୍ର କରାଯିବ ବୋଲି କହିଛନ୍ତି । ତା ସହିତ ପୁରୁଣାଜେଲ ଏକ ନୂଆରପ ରେଖ ନେବ ବୋଲି ସୂଚନା ଦେଇଛନ୍ତି । ପ୍ରତ୍ୟେକ ନାଗରିକ ନୟାଗଡ଼ ମାଟିକୁ ନିଜର ବୋଲି ଭାବିବା ଦରକାର ବୋଲି ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି । କାର୍ଯ୍ୟକ୍ରମରେ ପୈାର କର୍ମଚାରୀ ଏବଂ ବହୁ ଜନସାଧାରଣ ଯୋଗ ଦେଇଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!