ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଟାଉନଥାନା ପୁଲିସ ୩ ଜଣ ମୋବାଇଲ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଉକ୍ତ ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଗ୍ରାମର ବୈକୁଣ୍ଠ ପ୍ରଧାନଙ୍କ ପୁଅ ମୁନା ପ୍ରଧାନ, ଗୋବର୍ଦ୍ଧନ ବେହେରାଙ୍କ ପୁଅ ସନ୍ତୋଷ ବେହେରା ଏବଂ ଶିବରାମ ପ୍ରଧାନଙ୍କ ପୁଅ ଜୟକୃଷ୍ଣ ପ୍ରଧାନ । ଜୟକୃଷ୍ଣ ନୟାଗଡ଼ ଅଂଚଳରୁ ମୋବାଇଲ ଲୁଟ କରି ଫୁଲବାଣୀ ବାଲିଗୁଡ଼ା ଅଂଚଳରେ ବିକ୍ରି କରୁଥିଲା । ସେ ଗାଁକୁ ଆସିଥିବା ଖବରାପାଇ ପୁଲିସ ଗିରଫ କରିଛି । ସେହିଭଳି ଭାବେ କିଛିଦିନ ତଳେ ପିଟିଏସ୍ ନିକଟରୁ ଜଣେ ବ୍ୟକ୍ତିଙ୍କ ମୋବାଇଲକୁ ଦୁଇ ଜଣ ଦୁବୁର୍ତ୍ତ ଝାମ୍ପି ନେଇଥିବା ଅଭିଯୋଗ ହୋଇଥିଲା । ଏହି ଦୁଇ ଲୁଟେରା ମୁନା ଏବଂ ସନ୍ତୋଷଙ୍କୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଶେଷରେ ଦୁର୍ଗାପ୍ରସାଦ ଗାଁରୁ ଧରିଥିବା ଟାଉନଥାନା ଏସ୍ଆଇ ସ୍ମୃତିରଂଜନ ମହାନ୍ତି ସୂଚନା ଦେଇଛନ୍ତି । ସେମାନଙ୍କ ନିକଟରୁ ୫ଟି ମୋବାଇଲ ଏବଂ ଏକ ବାଇକ ଜବତ ହୋଇଛି । ଆଜି ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଜୟଦୀପ ମହାନ୍ତି ସୂଚନା ଦେଇଛନ୍ତି ।





