Saturday, September 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବରିଷ୍ଠ ନାଗରିକ, ଗାଁରୁ ହାଇଦ୍ରାବାଦ…

ମୁରବୀଙ୍କୁ ଦେଖି ପ୍ରେରଣା ମିଳିଲା : ମନ୍ତ୍ରୀ

by Anil Panda
July 27, 2020
in Breaking, Nayagarh, Politics
ବରିଷ୍ଠ ନାଗରିକ, ଗାଁରୁ ହାଇଦ୍ରାବାଦ…
1.5k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ମାଟି ଏକ ମହାନମାଟି । ଏ ମାଟିର ବାସ୍ନା ସଦାସର୍ବଦା ରାଜ୍ୟର କୋଣ ଅନୁକୋଣକୁ ଗୁଞ୍ଜରିତ ହୋଇଛି । ନୟାଗଡ଼ର ବରିଷ୍ଠ ନାଗରିକ ଓ ମୋର ମୁରବୀମାନଙ୍କୁ ଦେଖି ମୁଁ ଅତ୍ୟନ୍ତ ଖୁସି । ଆପଣମାନେ ମୋର ପ୍ରେରଣା । ବରିଷ୍ଠ ନାଗରିକଙ୍କ ଠାରୁ ନିଜ ମାଟି ପାଇଁ କାମ କରିବାକୁ ପ୍ରେରଣା ମିଳୁଛି । ଆଜି ଭିସି ମାଧ୍ୟମରେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ବରିଷ୍ଠ ନାଗରିକଙ୍କ ସହ ଆଲୋଚନା ବେଳେ ଏହା ପ୍ରକାଶ କରିଛନ୍ତି । ଦୀର୍ଘଦିନ ଧରି ବରିଷ୍ଠ ନାଗରିକମାନେ ଘରେ ବସି ସମୟ ବିତାଇବାକୁ କଷ୍ଟ ଅନୁଭବ କରୁଥିବା ବେଳେ ଆଜି ନୟାଗଡ଼ ବିଧାୟକ ବରିଷ୍ଠ ନାଗରିକଙ୍କ ସହ ଦୀର୍ଘ ସମୟ ବିତାଇଛନ୍ତି । ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ମହାମାରୀଠାରୁ କିଭଳି ଦୂରେଇ ରହିବେ, ସେ ନେଇ ମନ୍ତ୍ରୀ ବରିଷ୍ଠ ନାଗରିକଙ୍କ ଆଲୋଚନା କରିଛନ୍ତି । ଘରେ ରହି ବହି ପଢ଼ିବା, ଖବର କାଗଜ ପଢ଼ିବା ଏବଂ ଛୋଟ ପିଲାଙ୍କୁ ବିଗତ ସମୟର ଘଟଣାକ୍ରମ ସଂମ୍ପର୍କରେ ବୁଝାଇବାକୁ ମନ୍ତ୍ରୀ ଆଜି ବରିଷ୍ଠ ନାଗରିକଙ୍କୁ ଅନୁରୋଧ କରିଛନ୍ତି । କିଛି ଆବଶ୍ୟକତା ଥିଲେ ଯୁବକଙ୍କ ସହଯୋଗ ନେବାକୁ ମନ୍ତ୍ରୀ କହିଥିବା ବେଳେ ଆବଶ୍ୟକତା ନଥିବା ବେଳେ ଘରୁ ନବାହାରିବା ପାଇଁ ନୟାଗଡ଼ର ମୁରବୀମାନଙ୍କୁ ଅନୁରୋଧ କରିଛନ୍ତି । ଆଜି ଅନୁଷ୍ଠିତ ଏହି ଭିସି ମାଧ୍ୟମରେ ଗାଁରୁ ସହର ଅନେକ ବରିଷ୍ଠ ନାଗରିକ ଯୋଡ଼ି ହୋଇଛନ୍ତି । ବରିଷ୍ଠ ନାଗରିକ ପ୍ରମୋଦ ପଟ୍ଟନାୟକ, କୁବେର ସାହୁ, ଡ. ବିଜୟ ଚୈାଧୁରୀ, ଅମୁଲ୍ୟ ମହାନ୍ତି, ଅଶୋକ ମଲ୍ଲ, ଦୁର୍ଯ୍ୟୋଧନ ସାହୁ, ଏମ୍ ୱାରଙ୍ଗଜେବ୍‌ଙ୍କ ଭଳି ୯୦ରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଭିସି ମାଧ୍ୟମରେ ମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ସମୟ ବିତାଇଛନ୍ତି । ଏହାକୁ ନେଇ ହାଇଦ୍ରାବାଦରେ ରହିଥିବା ବରିଷ୍ଠ ନାଗରିକ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ମନ୍ତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!