Friday, November 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ନିର୍ବାଚନ ମଣ୍ଡଳୀ ସମୀକ୍ଷା ବୈଠକ

୫ଟି ଆଧାରରେ କାମ କରିବାକୁ ଆହ୍ୱାନ

by ସଞ୍ଜୟ ସ୍ୱାଇଁ
February 17, 2021
in Feature News
ନୟାଗଡ଼ ନିର୍ବାଚନ ମଣ୍ଡଳୀ ସମୀକ୍ଷା ବୈଠକ
312
VIEWS
Share on FacebookShare on Twitter

ନୟାଗଡ,(ବାଘୁଆବାର୍ତ୍ତା);ସକାଳ ୧୦ଘଟିକା ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହ ସୃଜନ୍ ଠାରେ ନୟାଗଡ଼ ବିଧାନ ସଭା ଉନ୍ନୟନ କମିଟି ବୈଠକ ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଡ. ପୋମା ଟୁଡୁ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟରିଆ, ଅତିରିକ୍ତ ଜିଲ୍ଲାପାଳ ବିଧାନଚନ୍ଦ୍ର ରାୟ, ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍.ଡି, ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ପ୍ରମୂଖ ଉପସ୍ଥିତ ରହିଥିଲେ । ସର୍ବପ୍ରଥମେ ଲାଇନ ବିଭାଗର ଅଧିକାରୀ ଯଥା- ରାସ୍ତା ଓ କୋଠାବାଡ଼ି, ଜଳସେଚନ, ଉଠାଜଳସେଚନ, କ୍ଷୁଦ୍ର ଜଳସେଚନ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ, ଗ୍ରାମ୍ୟ ଉନ୍ନୟନ ଆଦି ବିଭାଗ ଗୁଡ଼ିକର ସମୀକ୍ଷା କରିଥିଲେ । ଉଠାଜଳସେଚନ ବିଭାଗର ପ୍ରକଳ୍ପ ଗୁଡ଼ିକ ଅନେକ ଯାଗାରେ ଅଚଳ ଥିବାରୁ ଏହାକୁ ଠିକ୍ କରି କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଡାହୁକା ଓ କୁସୁମୀ ପ୍ରକଳ୍ପ ସଂପର୍କରେ ଆଲୋଚନା କରି ବୁଢ଼ାବୁଢ଼ୀଆଣି ରାସ୍ତା , ଡାହୁକାରୁ ବାଲିକୁଦିଆ ରାସ୍ତାର ଉନ୍ନତି କରଣ ପାଇଁ ମିଳିତ ଭାବରେ ରାସ୍ତା ଓ କୋଠାବାଡ଼ି, ଜଳସେଚନ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟ କରିବା ପାଇଁ ମାନ୍ୟବର ମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେହିପରି ଖରାଦିନରେ ଆବଶ୍ୟକ ସ୍ଥଳେ ଟ୍ରାନସଫରମରର ବ୍ୟବସ୍ଥା କରାଇବା ପାଇଁ ନିର୍ବାହୀ ଯନ୍ତ୍ରୀ, ବିଦ୍ୟୁତ୍ ବିଭାଗକୁ ପରାମର୍ଶ ଦେଇଥିଲେ । ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କୁ ଇନଡୋର ଷ୍ଟାଡିୟମ, ମିନି ଷ୍ଟାଡିୟମ ସଂପର୍କରେ ପଚାରିଥିଲେ । ବିଶେଷ କରି ଶିକ୍ଷା ବିଭାଗ ଦ୍ୱାରା ବିଭିନ୍ନ ସ୍ଥାନରେ ସ୍କୁଲ ଗୁଡ଼ିକ ମିଶ୍ରଣ ହେବା ସଂପର୍କରେ ସମୀକ୍ଷା କରିଥିଲେ । ନୟାଗଡ଼ରେ କମ ଶିକ୍ଷକ ଥିବାରୁ ଏହାର ସୁପରିଚାଳନା କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ମୋ ସ୍କୁଲ ଅଭିଯାନକୁ ତ୍ୱରାନ୍ନିତ କରିବା ପାଇଁ ଆସନ୍ତା ତା. ୦୬.୦୩.୨୦୨୧ରିଖ ଦିନ ୧୦ଘଟିକା ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହ ସୃଜନ୍ ହଲ ଠାରେ ଏବଂ ଓଡ଼ଗାଁରେ ଅପରାହ୍ନ ୩ଘଟିକା ସମୟରେ ଏକ ବୈଠକ ଅନୁଷ୍ଠିତ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନୟାଗଡ଼ ବ୍ଲକର ନରେଗା ପାଣ୍ଠିରେ ଆସିଥିବା ସମସ୍ତ ଅର୍ଥ ୨୦୨୧ ମାର୍ଚ୍ଚ ସୁଦ୍ଧା ଖର୍ଚ୍ଚ କରିବା ପାଇଁ ନୟାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ କହିଥିଲେ । ସେହିଭଳି ଓଡ଼ଗାଁରେ ଚାଲୁରହିଥିବା ମିଶନଶକ୍ତି, ସ୍ୱାସ୍ଥ୍ୟମିଶନ ଓ ଅନ୍ୟାନ୍ୟ କାର୍ଯ୍ୟ ଗୁଡ଼ିକୁ ତୁରନ୍ତ ଶେଷ କରିବା ପାଇଁ ଓଡ଼ଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ନୟାଗଡ଼ ପୌର ପରିଷଦ ଏବଂ ଓଡ଼ଗାଁ ବିଜ୍ଞାପିତ ଅଂଚଳ ପରିଷଦର ବକେୟା କାମ ଗୁଡ଼ିକୁ ସମାପ୍ତ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହାପରେ ସମବାୟ ସମିତି ଓ ସଂସ୍କୃତି ବିଭାଗର କାର୍ଯ୍ୟଗୁଡ଼ିକୁ ସମୀକ୍ଷା କରି ଭାଗବତ ଟୁଙ୍ଗୀର ୟୁ.ସି. ପ୍ରଦାନ କରିବା ପାଇଁ ବିଡିଓମାନଙ୍କୁ ପରାମର୍ଶ ଦେବା ସହିତ କଳାକାର ଭତା ସଂପର୍କରେ ଆଲୋଚନା କରିଥିଲେ । ସମବାୟ ସମିତିର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଓ ଅସମାପ୍ତ ପ୍ରକଳ୍ପ ସଂପର୍କରେ ମଧ୍ୟ ଆଲୋକପାତ କରିଥିଲେ । ପରେ ପରେ ଜିଲ୍ଲା ମଙ୍ଗଳ ବିଭାଗ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ବିଭିନ୍ନ ଯୋଜନା ସଂପର୍କରେ ସମୀକ୍ଷା କରି ବାକିଥିବା କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ନିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ବାଣୀଶ୍ରୀ ଏବଂ ମଧୁବାବୁ ଭତା ସଂପର୍କରେ ଆଲୋଚନା କରିବା ସହିତ ଜିଲ୍ଲା ଯୋଗାଣ ବିଭାଗର ଧାନ କ୍ରୟ ସଂପର୍କରେ ଆଲୋଚନା କରିଥିଲେ । ସାଧାରଣ ବଂଟନ ବ୍ୟବସ୍ଥାକୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ କିପରି ପ୍ରଦାନ କରାଯିବ ସେ ସଂପର୍କରେ ଆଲୋଚନା କରିଥିଲେ । ଏହା ପରେ ପରେ ଅବକାରୀ ବିଭାଗ, ତହସିଲ ନୟାଗଡ଼ ଓ ଓଡ଼ଗାଁ , ଜିଲ୍ଲା ଶିଳ୍ପ କେନ୍ଦ୍ର, ପର୍ଯ୍ୟଟନ, ଜିଲ୍ଲା ସ୍ୱାସ୍ଥ୍ୟ , ଜଙ୍ଗଲ ବିଭାଗ, ଗୃହ ବିଭାଗ ଆଦିର ସମୀକ୍ଷା କରିଥିଲେ । ନୂଆ ବସଷ୍ଟାଣ୍ଡକୁ କାର୍ଯ୍ୟକାରୀ କରିବା ପାଇଁ ଆଂଚଲିକ ପରିବହନ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ସେହିପରି କୃଷି ବିଭାଗ, ଉଦ୍ୟାନ ବିଭାଗ,ମତ୍ସ୍ୟ ବିଭାଗ ଆଦି ବିଭାଗର କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଥିଲେ । ଏହାପରେ ପ୍ରକଳ୍ପ ନିର୍ଦ୍ଦେଶକ , ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମାନ୍ୟବର ମନ୍ତ୍ରୀଙ୍କ ଅନୁରୋଧ କ୍ରମେ ୫ଞ ସଂପର୍କରେ ଗୃହରେ ଉପସ୍ଥାପନ କରିଥିଲେ । ପରେ ପରେ ବନଖଣ୍ଡ ଅଧିକାରୀ ଜଙ୍ଗଲ ସୁରକ୍ଷା , ଜଙ୍ଗଲ ରାସ୍ତା ଓ ବନୀକରଣ ସଂପର୍କରେ ମତବ୍ୟକ୍ତ କରିଥିଲେ । ଏହାପରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନୟାଗଡ଼ ଟ୍ରାଫିକ୍ ସମସ୍ୟା ସଂପର୍କରେ ଆଲୋଚନା କରି ବିଜିପୁର ଠାରୁ ବାଣିଗୋଚ୍ଛା ମଧ୍ୟରେ ବିଭିନ୍ନ ଦୁର୍ଘଟଣା ପ୍ରବଣ ସ୍ଥାନ ଗୁଡ଼ିକୁ ଚିହ୍ନଟ କରି ଚେକ୍ ପୋଷ୍ଟ ବ୍ୟବସ୍ଥା କରାଇବା ପାଇଁ କହିଥିଲେ । ଜିଲ୍ଲାପାଳ ଡା. ପୋମା ଟୁଡୁ ସମସ୍ତ ବିଭାଗର ଅଧିକାରୀମାନେ ପରସ୍ପର ସମନ୍ୱୟ ରକ୍ଷା କରି ୫ଞ କୁ ଗୁରୁତ୍ୱ ଦେଇ ଅସମାପ୍ତ କାର୍ଯ୍ୟ ଗୁଡ଼ିକୁ ସମାପ୍ତ କରିବା ସହିତ କାର୍ଯ୍ୟର ଦସ୍ତାବିଜ୍ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ ବିଭାଗର ସମସ୍ତ ଅଧିକାରୀ, ଜନପ୍ରତିନିଧି, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!