Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡା. ଦିକ୍ଷୀତଙ୍କ କ୍ୱାର୍ଟରରେ ସିଡିଏମଓଙ୍କ ଚଢ଼ାଉ, ୨ ଅଟକ

by ସଞ୍ଜୟ ସ୍ୱାଇଁ
April 25, 2022
in Feature News
ଡା. ଦିକ୍ଷୀତଙ୍କ କ୍ୱାର୍ଟରରେ ସିଡିଏମଓଙ୍କ ଚଢ଼ାଉ, ୨ ଅଟକ
1.5k
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଶେଷଜ୍ଞ ଡାକ୍ତର ଆଶିଷ ଦିକ୍ଷୀତ ତାଙ୍କ କ୍ୱାର୍ଟରରେ ରୋଗୀ ଦେଖୁଥିବା ସମୟରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମକରନ୍ଦ ବେଉରା ସ୍ୱତନ୍ତ୍ର ଟିମ୍ ସହ ଅଚାନକ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ସେଠାରେ ୫୦ରୁ ଉଦ୍ଧ୍ୱର୍ ଲୋକ ରୁଣ୍ଡ ହୋଇଥିବା ବେଳେ ଡାକ୍ତର ଘର ଭିତରେ ରୋଗୀ ଦେଖୁଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ରୋଗୀଙ୍କୁ ଡାକି ଡାକ୍ତରଙ୍କ ପାଖେ ଛାଡ଼ୁଥିବା ୨ ଜଣ ଦଲାଲକୁ ସିଡିଏମଓ ଧରି ପୁଲିସ ଜିମା ଦେଇଛନ୍ତି । ପୁଲିସ ତାଙ୍କୁ ଡାକ୍ତରଖାନା ଫାଣ୍ଡିରେ ଅଟକ ରଖିଛି । ୨ ଜଣ ହେଉଛନ୍ତି ନୟାଗଡ଼ର ସୋମେଶ ବିଶ୍ୱାଳ ଏବଂ ଗୋଡ଼ିଆଳିର ରାଧେଶ୍ୟାମ ବିଶ୍ୱାଳ । ୨ ଅଭିଯୁକ୍ତଙ୍କ କହିବା ମୁତାବକ ଡା. ଦିକ୍ଷୀତ ୨ ଶହ ଟଙ୍କା ଲେଖାଏଁ ଫିସ ନେଇ ରୋଗୀ ଦେଖନ୍ତି, ଆଜି ବ୍ୟକ୍ତିଗତ ଆକ୍ରୋଶରୁ ଡାକ୍ତରଙ୍କ ଘରେ ଚଢ଼ାଉ ହୋଇଛି । ଅନ୍ୟପକ୍ଷେ ସେମାନେ ଡାକ୍ତରଙ୍କ ବ୍ୟକ୍ତିଗତ କର୍ମଚାରୀ ବୋଲି ସଫେଇ ଦେଇଛନ୍ତି । ଏନେଇ ଡାକ୍ତର ଦିକ୍ଷୀତଙ୍କ ମତାମତ ମିଳିପାରି ନାହିଁ । ଡା. ଦିକ୍ଷୀତ ସରକାରୀ ଡାକ୍ତରଖାନାରେ ଚାକିରି କରୁଥିବା ବେଳେ ଏଠାରେ ଓପିଡି ଡ୍ୟୁଟି ନକରି ଘରେ ରୋଗୀ ଦେଖୁଥିଲେ, ଯେଉଁଥିପାଇଁ ଚଢ଼ାଉ କରାଯାଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!