Sunday, July 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କ୍ଲିନିକ ଯାଉଥିବା ଡାକ୍ତର ସାବଧାନ!

by ସଞ୍ଜୟ ସ୍ୱାଇଁ
February 6, 2020
in Breaking
କ୍ଲିନିକ ଯାଉଥିବା ଡାକ୍ତର ସାବଧାନ!
29
VIEWS
Share on FacebookShare on Twitter

ବେସରକାରୀ ଚିକିତ୍ସାଳୟ ଓ ନିଦାନ କେନ୍ଦ୍ରରେ ଲାଗିବ ବାୟୋମେଟ୍ରିକ

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାର ବିଭିନ୍ନ ସରକାରୀ ଚିକତ୍ସାଳୟରେ କାର୍ଯ୍ୟରତ ଡାକ୍ତରମାନେ ବେସରକାରୀ କ୍ଲିନିକ ଓ ନର୍ସିଂହୋମକୁ ଯାଇ ଚିକିତ୍ସା କରୁଥିଲେ । ଏବେ ସେମାନେ ହରଡ଼ଗଣାରେ ପଡ଼ିବାର ସମ୍ଭାବନା ସୃଷ୍ଟି ହୋଇଛି । ନୟାଗଡ଼ ଜିଲ୍ଲାର ବିଭିନ୍ନ ବେସରକାରୀ ଚିକିତ୍ସାଳୟ ଓ ନିଦାନ କେନ୍ଦ୍ରରେ ବାୟୋମେଟ୍ରିକ ମେସିନ ଲଗାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଜିଲ୍ଲାରେ ଥିବା ସମସ୍ତ ଘରୋଇ ଚିକିତ୍ସାଳୟ ଓ ନିଦାନ କେନ୍ଦ ୍ରଗୁଡ଼ିକରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ତୁରନ୍ତ ଲଗାଇବା ପାଇଁ ଜିଲ୍ଲାପାଳ ସମସ୍ତ ସତ୍ୱାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ବିଭିନ୍ନ ଅସ୍ତ୍ରୋପଚାର ସମୟରେ ଘରୋଇ ଚିକିତ୍ସାଳୟର ମାଲିକମାନେ ଆବେଦନ ପତ୍ରରେ ଉଲ୍ଲେଖ ଥିବା ନିଶ୍ଚେତକ ଡାକ୍ତର, ସ୍ତ୍ରୀରୋଗ ବିଶେଷଜ୍ଞ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କର ଦୈନିକ ଉପସ୍ଥାନ ବାୟୋମେଟ୍ରିକ ବ୍ୟବସ୍ଥା ମାଧ୍ୟମରେ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ଖିଲାପକାରୀ ଅନୁଷ୍ଠାନ ଗୁଡ଼ିକୁ ଜିଲ୍ଲା ପ୍ରଶାସନ ତରଫରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାରୀ ନିର୍ଦ୍ଦେଶାବଳୀ ଅନୁସାରେ ବର୍ଯ୍ୟବସ୍ତୁ ପରିଚାଳନା ସୁନିଶ୍ଚିତ କରିବା ପାଇଁ ସମସ୍ତ ସତ୍ୱଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ମାସିକ ବିବରଣୀ ଠିକ୍ ସମୟରେ ପ୍ରଦାନ କରିବା ପାଇଁ ଗୁରୁତ୍ୱ ଆରୋପ କରିଥିଲେ । ଏହି ବୈଠକରେ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶ୍ୱେତ କୁମାର ମହାପାତ୍ର, ପରିବାର କଲ୍ୟାଣ ସହ ଚିକିତ୍ସା ଅଧିକାରୀ ଡା. ବୌଷଦ ଅଲ୍ଲୀ ଖାଁ, ଯକ୍ଷ୍ମା ସହ ଚିକିତ୍ସା ଅଧିକାରୀ ଡା. ଶରତ କୁମାର ଦାସ, ଜିଲ୍ଲାର ସମସ୍ତ ଘରୋଇ ଚିକିତ୍ସାଳୟ ଓ ନିଦାନ କେନ୍ଦ୍ରର ସତ୍ୱାଧିକାରୀମାନେ ଉପସ୍ଥିତ ଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!