ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଅବ୍ୟବସ୍ଥର ଚରମ ଚିତ୍ର ଦେଖିବାକୁ ମିଳିଛି । ୮ ଦିନ ତଳେ ଜନ୍ମ ହୋଇଥିବା ଛୁଆକୁ ଆଶାଦିଦି ସହାୟତାରେ ଛୁଆର ବାପା ଉଠାଇ ନେଇଥିବା ଜଣାଯାଇଛି । ଯାହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମିତ ଶିଶୁଙ୍କ ସହାୟତା କିଭଳି କରାଯାଉଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଘମାରି ଅନ୍ତର୍ଗତ ପଙ୍ଗାରସିଂ ଗ୍ରାମର ପବନା ଦାଶଙ୍କ ପôତୀ ରଂଜୁବାଳା ଦାଶଙ୍କ ସହିତ କିଛିଦିନ ହେବ ମନୋମାଳିନ୍ୟ ରହିଥିଲା । ଯାହାକୁ ନେଇ ରଂଜୁବାଳା ଗର୍ଭବତୀ ଅବସ୍ଥାରେ କିଛିମାସ ହେବ ବାପଘରେ ରହୁଥିଲେ । ଗତ ୮ ଦିନ ତଳେ ତାଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ଏଠାରେ ତାଙ୍କର ଅସ୍ତ୍ରୋପ୍ରଚାର ହୋଇ ରଂଜୁବାଳାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ବେଳେ ଆଜି ପବନା ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଆଶାଦିଦି ସହାୟତାରେ ପୁଅକୁ ଉଠାଇ ନେଇଥିବା ଜଣାଯାଇଛି । ପୁଅକୁ ନପାଇ ରଂଜୁବାଳ ଇସ୍ତତତ ହୋଇ ନୟାଗଡ଼ ଟାଉନଥାନାରେ ଅଭିଯୋଗ କରିବା ପରେ ପୁଲିସ ଖୋର୍ଦ୍ଧା ଜିଲ୍ଲା ପଙ୍ଗାରସିଂ ଗ୍ରାମକୁ ଯାଇ ଛୁଆକୁ ଉଦ୍ଧାର କରି ସିଡବ୍ଲ୍ୟୁସିରେ ହାଜର କରିଛି । ସେଠାରେ ଉଭୟ ରଂଜୁବାଳା ଏବଂ ପବନା ଉପସ୍ଥିତ ହୋଇ ଛୁଆକୁ ଭଲରେ ଲାଳନ ପାଳନ କରିବା ସହ ମିଶିକରି ଚଳିବେ ବୋଲି ଲିଖିତ ପ୍ରତିଶୃତି ଦେବା ପରେ ଛୁଆକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି ।






