ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ ଜିଲ୍ଲାରେ କରୋନା ମହାମାରୀ କାୟା ବିସ୍ତାରି ଚାଲିଥିବା ଏବଂ ପୈାରାଞ୍ଚଳରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାକୁ ନେଇ ପ୍ରଶାସନର ମୁଣ୍ଡ ବ୍ୟଥା ସୃଷ୍ଟି ହୋଇଛି । ଏଣୁ ବଣିକ ସଂଘ ନୟାଗଡ଼ ମାର୍କେଟକୁ ସଂମ୍ପୂର୍ଣ୍ଣ ବିଶୋଧନ କରିବା ପାଇଁ ବଣିକ ସଂଘ ଅନୁରୋଧ କରିଥିଲା । ଏଥିପାଇଁ ଦୁଇଦିନର ଆବଶ୍ୟକତା ଥିବାରୁ ଜିଲ୍ଲା ପ୍ରଶାସନ, ବଣିକ ସଂଘ ଏବଂ ପୈାରଞ୍ଚଳ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ଆଜି ଅର୍ଥାତ ସୋମବାର ଏବଂ ମଙ୍ଗଳବାର ବଜାର ବନ୍ଦ ରହିବାକୁ ସ୍ଥିର କରାଯାଇଛି । ଆଜି ସହରରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିବାକୁ ଥିବା ବେଳେ ବ୍ୟାଙ୍କ, ଚିକିତ୍ସାଳୟ, ସରକାରୀ କାର୍ଯ୍ୟାଳୟ ଖୋଲା ରହିବ ବୋଲି ସୂଚନା ମିଳିଛି ।






