ଭଲ ପଢିଲେ, ଭଲପିଲା ହେବନାହିଁ : ମନ୍ତ୍ରୀ

ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ନୟାଗଡ଼ ପଠାଣୀ ସାମନ୍ତ ଅଡିଟୋରିୟମ୍ ଠାରେ ନୟାଗଡ଼ ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୧୯ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ରାଜ୍ୟ ସରକାରଙ୍କର କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇଥିବା ବେଳେ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ, ପୁର୍ବତନ ବ୍ଲକ୍ ଶିକ୍ଷାଅଧିକାରୀ ଦାମୋଦର ଖିଲାର ଓ ବ ର୍ମାନର ବ୍ଲକ୍ ଶିକ୍ଷାଅଧିକାରିଣୀ ଗୀତାଞ୍ଜଳି ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଉପଲକ୍ଷେ ଡ. ସାହୁ ଛୋଟ ଛୋଟ ପିଲାମାନଙ୍କୁ ବିଭିନ୍ନ ଟିପ୍ସ ଦେଇଥିଲେ । ପିଲାମାନେ ଭଲ ପାଢ ପଢିଲେ ଅଧିକ ମାର୍କରଖିଲେ ଭଲପିଲାଟିଏ ହେବନାହିଁ ବୋଲି ବକ୍ତବ୍ୟ ରଖିଥିଲେ । ଶିକ୍ଷକମାନେ ହେଉଛନ୍ତି ମନୁଷ୍ୟ ତିଆରି କାରଖାନା । ୯ବର୍ଷ ବୟସ ଭିତରେ ଶିଶୁମାନଙ୍କୁ ଯେଉଁସବୁ ଶିକ୍ଷା ଦିଆଯାଇଥାଏ ତାହା ଅତି ଗ୍ରହଣିୟ ହୋଇଥାଏ । ପିଲାମାନଙ୍କୁ ଶାରୀରିକ ବିଜ୍ଞାନ, ଖେଳ, ଚିତ୍ର, ସାହିତ୍ୟ ପ୍ରତ୍ୟେକ କ୍ଷେତ୍ରରେ ଯିଏ ଯେଉଁଥିରେ ପାରଦର୍ଶିତା ସେ ସେହି କାର୍ଯ୍ୟରେ ଯେପରି ନିୟୋଜିତ ରହିବ ସେଥିପ୍ରତି ଶିକ୍ଷକମାନଙ୍କୁ ବା ର୍ା ଦେଇଥିଲେ । ସମୟକୁ ଅପଚୟ ନକରି ପିଲାମାନଙ୍କ ପାଖରେ ଥିବା ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରାଇଲେ ସୁରଭିର ଉଦ୍ଦେଶ୍ୟ ପୂର୍ଣ୍ଣ ହେବ । ଜିଲ୍ଲାପାଳ ଡ. ପୋମା ଟୁଡୁ ଛୋଟ ଛୋଟ ଶିଶୁମାନଙ୍କର ପାଢପଢିବା ପ୍ରତି କିପରି ଆଗ୍ରହ ରହିବ ବକ୍ତବ୍ୟ ରଖିବା ସାହିତ ଶିକ୍ଷକ ଶିକ୍ଷୟତ୍ରୀମାନେ ଯତ୍ନବାନ ହେବା ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗିମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ଆସନ୍ତା ୧୧ ତାରିଖରେ ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଶିକ୍ଷକ ଶେଖ୍ ଅବ୍ଦୁଲ ଖାଲିକ୍ ମ ପରିଚାଳନା କରିଥିଲେ ।