ନୟାଗଡ଼, (ବାଘୁଆବାର୍ତ୍ତା) : ଭାରତୀୟ ମଜ୍ଦୁର ସଂଘ ଜିଲ୍ଲା ଶାଖା ତରଫରୁ ଆଜି ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ଶାଖା ସଂପାଦକ ସୁକାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ମମତା ନାୟକ, ମଞ୍ଜୁ ପ୍ରଧାନ ଓ ଅନ୍ୟମାନେ ଏହି ୭ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି । ଶ୍ରମିକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏହି ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାଯାଇଛି ।






