ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ ହତ୍ୟାକାଣ୍ଡ ବଢ଼ି ଚାଲିଥିବା ବେଳେ ଆଜି ପୁଣି ଜଣେ ମହିଳାଙ୍କୁ ମାରି ଅଭିଯୁକ୍ତ ନିଜ ଘର ଛାତରେ ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ଧୁସୁମା ଗ୍ରାମରେ ଆଜି ଏଭଳି ଅଭାବନୀୟ ତଥା ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଗ୍ରାମର ପ୍ରଫୁଲ ଭୂୟାଁଙ୍କ ପôତୀ ମାୟା ଭୂୟାଁଙ୍କୁ ଉକ୍ତ ଗ୍ରାମର ମମତା ଜେନା ଏବଂ ତାଙ୍କ ସ୍ୱାମୀ ବିରେନ୍ଦ୍ର ଜେନା ମାରି ନିଜ ଘର ସାମନାରେ ଟାଙ୍ଗି ଦେଇଥିବା ଥାନାରେ ଅଭିଯୋଗ ହୋଇଛି । ପୁଲିସ ଶବ ଜବତ କରି ବ୍ୟବେଚ୍ଛଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି ।






