ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ପରିକଳ୍ପନାରେ ରୁପାନ୍ତରିତ ହୋଇଥିବା ନୟାଗଡ଼ ଖେଳପଡିଆର ଆଜି ଲୋକାର୍ପିତ ହୋଇଛି । ଏହି ଉପଲକ୍ଷେ ଏକଦିବସୀୟ ମହିଳା ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । କଳିଙ୍ଗ ସ୍ପୋର୍ଟସ ଏକାଡେମୀ ଭୁବନେଶ୍ୱର ବନାମ ବିଡାନାସୀ କ୍ଲବ କଟକ ମଧ୍ୟରେ ଚିତାକର୍ଷକ ମ୍ୟାଚ ଅନୁଷ୍ଠିତ ହୋଇଥିଲା । କଳିଙ୍ଗ ସ୍ପୋର୍ଟସ ଏକାଡେମୀ ଭୁବନେଶ୍ୱର ୧-୦ ଗୋଲରେ ବିଜୟ ଲାଭ କରିଛି । ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।

ଭାରତୀ ବେହେରାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା । ଏହି ଉପଲକ୍ଷେ ଡ. ସାହୁ ତାଙ୍କ ଅଭିଭାଷଣରେ ଦୈନିକ ଖେଳ ପଡିଆକୁ ଆସି ଓପନ ଜିମର ଫାଇଦା ନେବା ପାଇଁ ବକ୍ତବ୍ୟ ରଖିଥିଲେ । ଶରୀର ସୁସ୍ଥ ପାଇଁ ନୟାଗଡ଼ ଦକ୍ଷିଣକାଳୀ ପଡିଆଠାରେ ବ୍ୟାୟାମ ଶାଳା, ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବ୍ୟାୟାମ ଶାଳା ଓ ବଲାଙ୍ଗୀ ପାର୍କ ଠାରେ ବ୍ୟାୟାମ ଶାଳା ନିର୍ମାଣ କରାଯାଇଛି । ଯିଏ ଯେଉଁଠି ଚାହିଁବ ଶରୀରକୁ ସୁସ୍ଥ ରଖି ପାରିବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ନୟାଗଡ଼ ପୌରାଞ୍ଚଳର ଅଧ୍ୟକ୍ଷା ନିରୁପମା ଖଟେଇ ଓ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ଆଜିର ଖେଳରେ ବହୁ ଜନସମାବେଗ ଦେଖିବାକୁ ମିଳିଥିଲା । ବହୁ ଖେଳପ୍ରେମୀ, ବୁଦ୍ଧିଜିବୀ ଓ ସାମ୍ବାଦିକ ମାନେ ଉପସ୍ଥିତ ରହି ଖେଳକୁ ଉପଭୋଗ କରିଥିଲେ ।






