ନୟାଗଡ଼,(ବାଘୁଆବାର୍ତ୍ତା): ସର୍ବଭାରତୀୟ କୃଷକ ସଭା ଓଡ଼ିଶା ଶାଖା ଆନୁକୁଲ୍ୟରେ ଆଜି ଜିଲ୍ଲା କୃଷକ ସଭା ପକ୍ଷରୁ କୃଷକମାନଙ୍କ ସମସ୍ୟା ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବିହନ, ସାର ଓ ଔଷଧ ଆଦିର ୫୦ ପ୍ରତିଶତ ଦର ହ୍ରାସ କରିବା, ସମସ୍ତ ଭାଗଚାଷୀଙ୍କୁ ଚାଷୀ ଭାବେ ପଂଜିକରଣ କରିବା, ପ୍ରଧାନମନ୍ତ୍ରୀ କୃଷକ ସହାୟତା ରାଶିକୁ ବାର୍ଷିକ ୧୮ ହଜାରକୁ ବୃଦ୍ଧି କରିବା ଭଳି ବିଭିନ୍ନ ଦାବି ନେଇ କୃଷକ ସଭା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏନେଇ ଆଜି କୃଷକ ସଭା ପକ୍ଷରୁ ନେତା ବିଶ୍ୱନାଥ ମହାପାତ୍ର, ଗୋଲଖ ବିହାରୀ ମୁଦୁଲି, କୁଶାସନ ମହାରଣ ପ୍ରମୂଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି ।






