Monday, April 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲା କିଷାନ୍ କଂଗ୍ରେସ ସେଲ୍‌ର ଜିଲାସ୍ତରୀୟ କର୍ମଶାଳା

by ସଞ୍ଜୟ ସ୍ୱାଇଁ
February 15, 2020
in Feature News
ଜିଲ୍ଲା କିଷାନ୍ କଂଗ୍ରେସ ସେଲ୍‌ର ଜିଲାସ୍ତରୀୟ କର୍ମଶାଳା
19
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା କିଷାନ୍ କଂଗ୍ରେସର ଡାକରା କ୍ରମେ ସ୍ଥାନୀୟ ନୀଳମାଧବ ହୋଟେଲ ସଭାଗୃହରେ ଜିଲ୍ଲା କିଷା କଂଗ୍ରେସ ସଭାପତି ବସନ୍ତ କୁମାର ମହାରଣାଙ୍କ ସଭାପତିତ୍ୱରେ କୃଷକ ମାନଙ୍କର ସମସ୍ୟା ନେଇ ଏକ ଉଚ୍ଚ ସ୍ତରୀୟ କର୍ମଶାଳା ଆୟୋଜନ ହୋଇଥିଲା । ଏହି କର୍ମଶାଳାରେ ପ୍ରଦେଶ କଂଗ୍ରେସ କମିଟି ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, ଜିଲା କଂଗ୍ରେସ କମିଟି ସଭାପତି ରଣଜିତ୍ ଦାଶ, କାର୍ଯ୍ୟକାରୀ ସଭାପତି ମନୋଜ କୁମାର ସାହୁ, ଅନ୍ୟତମ କାର୍ଯ୍ୟକାରୀ ସଭାପତି ହୁସେନ ଖାଁ, ରଣପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥିୀ ଶୁଭଶ୍ରୀ ପଣ୍ଡା, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଉମାରାଣୀ ପାଣୀ, ଜିଲ୍ଲା ସେବା ଦଳ ଚେୟାରମ୍ୟାନ୍ ନିରେନ୍ଦ୍ର କୁମାର ଦାସ, ଜିଲ୍ଲା ସଂଖ୍ୟାଲଘୁ ସେଲ୍ ସଦସ୍ୟ ଅମ୍‌ଜାନ ଖାଁ, ଜିଲା କୃଷକ ନେତା ଗିରିଧାରୀ ମହାପାତ୍ର, ମଞ୍ଚାସୀନ ରହି କୃଷକମାନଙ୍କର ବିଭିନ୍ନ ସମସ୍ୟା ନେଇ ନିଜନିଜର ମତାମତ ରଖିଥିଲେ । ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ କୃଷି ପ୍ରବଣ ନୟାଗଡ଼ ଜିଲାର ଏକମାତ୍ର ଚିନିଶିଳ୍ପ ଯାହାକି କୃଷକମାନଙ୍କର ମେରୁଦଣ୍ଡ ଭାବେ ପରିଚିତ ଥିଲା ଏବେ ତାହା ଖତ ଖାଇବାକୁ ବସିଲାଣି ବୋଲି କହିଥିଲେ । ଏଥିସହିତ ଜିଲ୍ଲାବାସୀଙ୍କ ତରଫରୁ ଦୀର୍ଘଦିନ ହେଲା ବୃତ୍ତଙ୍ଗ ଜଳସେଚନ ଯୋଜନା ପାଇଁ ଦାବୀହୋଇ ଆସୁଥିଲେ ମଧ୍ୟ ଏହି ଯୋଜନା ଏବେବି ସରକାରଙ୍କ ଶୀତଳ ଭଣ୍ଡାରରେ ପଡ଼ିରହିଛି । ଜିଲାରୁ ଉତ୍ପାଦନ ହେଉଥିôବା ପନିପରିବାକୁ ସଂରକ୍ଷଣ କରି ରଖିବା ପାଇଁ ଶୀତଳଭଣ୍ଡାର ପାଇଁ ଦାବୀ ହୋଇ ଆସୁଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ । ଶେଷରେ ପୂର୍ବତନ ସମିତିସଭ୍ୟ ଉମେଶ ଚନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି କର୍ମଶାଳାରେ ଜିଲାର ୮ଗୋଟି ବ୍ଲକ୍‌ର କୃଷକ ନେତାମାନେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା ।

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026
୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

April 19, 2026
ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!