Monday, July 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖଣ୍ଡପଡ଼ା ତହସିଲ କାର୍ଯ୍ୟାଳୟରେ ପଡି ରହିଲା ଶବ

by ସଞ୍ଜୟ ସ୍ୱାଇଁ
February 7, 2020
in Breaking
ଖଣ୍ଡପଡ଼ା ତହସିଲ କାର୍ଯ୍ୟାଳୟରେ ପଡି ରହିଲା ଶବ
26
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ଖଣ୍ଡପଡା ବ୍ଳକ ଅଧିନ ବେଣାଗାଡିଆ ପଂଚାୟତର ପଥରଦ୍ୱାର ଗ୍ରାମରେ ଥିବା ଶ୍ମଶାନରେ ଶବଦାହକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିବା ଯୋଗୁଁଏକ ଅଭାବନୀୟ ଘଟଣା ଘଟିଛି । ଏହାର ପ୍ରତିବାଦରେ ନିକଟସ୍ଥ ମୁରାରୀପୁର ଗ୍ରାମର ଶତାଧିକ ବ୍ୟକ୍ତି ଖଣ୍ଡପଡା ତହସିଲ କାର୍ଯ୍ୟାଳୟ ପରିସରରେ ମହିଳାଙ୍କ ଶବକୁ ପକାଇ ରଖି ହରତାଳ କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଗୁରୁବାର ସଂନ୍ଧ୍ୟା ୬ଟାରେ ମୁରାରୀପୁର ଗ୍ରାମର ରତନ ରାଉତଙ୍କ ପତ୍ନୀ ତଅପୋଇ ରାଉତ(୭୫)ଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ପରିବାର ବର୍ଗ ଶବଦାହ ନିମନ୍ତେ ପଥରଦ୍ୱାର ଗ୍ରାମ ନିକଟସ୍ଥ ଶ୍ମଶାନକୁ ମହିଳାଙ୍କ ଶବ ନେଇ ଯାଇଥିବା ବେଳେ ପଥରଦ୍ୱାର ଗ୍ରାମର କେତେକ ବ୍ୟକ୍ତି ସେଠାରେ ପହଁଚି ଶବଦାହକୁ ବିରୋଧ କରିଥିଲେ । ଫଳରେ ମୃତକଙ୍କ ପରିବାରବର୍ଗ ଓ ଆତ୍ମୀୟସ୍ୱଜନମାନେ ଶବଧରି ଗ୍ରାମକୁ ଫେରିଥିଲେ । ଗ୍ରାମରେ ଏ ନେଇ ଆଲୋଚନା ହେବା ପରେ ମୁରାରୀପୁର ଗ୍ରାମବାସୀ ଖଣ୍ଡପଡା ତହସିଲଦାର ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ମାତ୍ର ତହସିଲ କର୍ତୃପକ୍ଷ କୈାଣସି ପଦକ୍ଷେପ ଗ୍ରହଣ ନକରିବାରୁ ପରିସ୍ଥିତିକ୍ରମେ ମୁରାରୀପୁର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଗୁରୁବାର ରାତି ୧୨ଟାରେ ଶବଧରି ଖଣ୍ଡପଡା ତହସିଲ କାର୍ଯ୍ୟାଳୟରେ ପହଁଚିଥିଲେ । ରାତିସାରା ଉଜାଗର ରହି ଶବ ସହ ଗ୍ରାମବାସୀ ଶୁକ୍ରବାର ପୂର୍ବାହ୍ନରେ ତହସିଲ କାର୍ଯ୍ୟାଳୟ ପରିସରରେ ଧାରଣା ଦେଇଥିଲେ । ଖଣ୍ଡପଡା ତହସିଲଦାର ପାର୍ଥସାରଥୀ ହାସଂଦା, ଅତିରିକ୍ତ ତହସିଲଦାର ସଞ୍ଜୟ କୁମାର ସାମନ୍ତରା, ପୋଲିସ ଆଇଆଇସି ବିମଳ କୁମାର ମଲ୍ଲିକ, ଏସଡିପିଓ ଶ୍ରୀନିବାସ ମହାନ୍ତି ପ୍ରମୁଖ ଘଟଣାସ୍ଥଳରେ ପହଁଚି ଧାରଣାରତ ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ । ଆସନ୍ତା୧୪ ତାରିଖରେ ନୟାଗଡ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ଖଣ୍ଡପଡା ତହସିଲ କର୍ତୃପକ୍ଷଙ୍କ ଉପସ୍ଥିତରେ ଉଭୟ ଗ୍ରାମର ମୁଖିଆମାନେ ଉପସ୍ଥିତ ରହି ଶ୍ମଶାନ ଜାଗାକୁ ନେଇ ଦେଖା ଦେଇଥିବା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିବେ ବୋଲି ତହସିଲଦାର ପ୍ରତିଶୃତି ଦେବାପରେ ଗ୍ରାମବାସୀମାନେ ତହସିଲ କାର୍ଯ୍ୟାଳୟ ପରିସରରୁ ଶବ ଉଠାଇ ଧାରଣାରୁ ଓହରି ଯାଇଥିବା ଜଣାଯାଇଛି । ପୁରୀ ସ୍ୱର୍ଗଦ୍ୱାରଠାରେ ଶବଦାହ ନିମନ୍ତେ ତହସିଲ ପ୍ରଶାସନ ସମସ୍ତ ଖର୍ଚ୍ଚ ବହନ କରିଥିବା ବେଳେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ମୃତକଙ୍କ ପରିବାରବର୍ଗଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିବା ଖଣ୍ଡପଡା ତହସିଲ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!