Wednesday, July 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାବାଳିକା ଅପହରଣ ଘଟଣା, ଥାନା ଅଧିକାରୀଙ୍କ ବିରୁଦ୍ଧରେ ଏସ୍‌ପିଙ୍କୁ ଫେରାଦ

by Anil Panda
August 25, 2020
in Nayagarh
ନାବାଳିକା ଅପହରଣ ଘଟଣା, ଥାନା ଅଧିକାରୀଙ୍କ ବିରୁଦ୍ଧରେ ଏସ୍‌ପିଙ୍କୁ ଫେରାଦ
694
VIEWS
Share on FacebookShare on Twitter

ଖଣ୍ଡପଡ଼ା, (ବାଘୁଆବାର୍ତ୍ତା) : ଖଣ୍ଡପଡ଼ା ସହର ୧୧ନଂ ୱାର୍ଡ ଅଧିନ ବଢେଇସାହିରୁ ଜଣେ ନାବାଳିକାକୁ ଅପହରଣ ଘଟଣାରେ ଖଣ୍ଡପଡା ପୋଲିସର ସ୍ଥାଣୁତା, କାର୍ଯ୍ୟଦକ୍ଷତାକୁ ନେଇ ଅଭିଯୋଗକାରୀଙ୍କ ପରିବାରବର୍ଗ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ସଂପର୍କରେ ଖଣ୍ଡପଡ଼ା ଥାନାରେ ପୋଲିସ ଏକ ମାମଲା ରୁଜୁ କରି ହାତବାନ୍ଧି ବସିଥିବା ବେଳେ ଖୋଲାମେଲାରେ ଅଭିଯୁକ୍ତମାନେ ବୁଲୁଥିବା ନାବାଳିକର ପିତା ଅଭିଯୋଗ କରିଛନ୍ତି । ଗତ ଜୁଲାଇ ୧୭ ତାରିଖରେ ନୟଗଡ଼ ନିକଟସ୍ଥ ତୁଳସୀପୁର ଗ୍ରାମର ଯୁବକ ସିଦ୍ଧାର୍ଥ ପ୍ରଧାନ ଓରଫ୍ ଦିଲୁ ସଂପୃକ୍ତା ନାବାଳିକାକୁ ଖଣ୍ଡପଡ଼ାରୁ ଅପରଣ କରି ନେଇଥିବା ସଂପର୍କରେ ନାବାଳିକାର ପିତା ଗତ ଜୁଲାଇ ୨୨ ତାରିଖରେ ଖଣ୍ଡପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ଅଭିଯୋଗ ସତ୍ୱେ ଖଣ୍ଡପଡା ପୋଲିସ ଜାଣିଶୁଣି କୈାଣସି ମାମଲା ରୁଜୁ ନକରିବାରୁ ପରବର୍ତୀ ସମୟରେ ଅଭିଯୋଗକାରୀ ନୟାଗଡ ଏସପିଙ୍କୁ ଭେଟି ଅଭିଯୋଗପତ୍ର ପ୍ରଦାନ କରିଥିଲେ । ଏସପିଙ୍କ ନିର୍ଦ୍ଦେଶକ୍ରମେ ଖଣ୍ଡପଡ଼ା ପୋଲିସ ଜୁଲାଇ ୩୦ ତାରିଖରେ ଏକ କେସ୍ ରୁଜୁ କରିଥିଲେ ହେଁ କୋହଳ ଦଫା ଲଗାଇ ମାମଲା ରୁଜୁ କରିଥିବା ଅଭିଯୋଗ ହେଉଛି । ପୋଲିସ ଅଭିଯୋଗପତ୍ର ଗ୍ରହଣ କରିବାର ୮ଦିନ ପରେ ମାମଲା ରୁଜୁ କରିବା ଯୋଗୁଁ ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଗ୍ରାମ ଛାଡ଼ି ଅନ୍ୟତ୍ର ଫେରାର ହୋଇଯିବାରେ ସକ୍ଷମ ହେଲା ବୋଲି ନାବାଳିକାର ପିତା ଅଭିଯୋଗ କରିଛନ୍ତି । ଏପରିକି ଘଟଣାର ୧ମାସ ପରେ ମଧ୍ୟ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇନଥିବା ବେଳେ ନାବାଳିକାକୁ ମଧ୍ୟ ସେମାନଙ୍କ କବଳରୁ ଉଦ୍ଧାର କରି ପାରିନଥିବା ଜଣାପଡିଛି । ଅପରପକ୍ଷେ ଅଭିଯୁକ୍ତମାନଙ୍କ ଠାରୁ ମୋଟା ଅଙ୍କର ହାତଗୁଞ୍ଜା ନେଇ ଖଣ୍ଡପଡ଼ା ପୋଲିସ ହାତବାନ୍ଧି ବସିଥିବା ନାବାଳିକାର ପରିବାରବର୍ଗ ଅଭିଯୋଗ କରିଛନ୍ତି । ଖଣ୍ଡପଡା ଆଇଆଇସି ବିମଳ କୁମାର ମଲ୍ଲିକ ଓ ଘଟଣାର ତଦନ୍ତ କରୁଥିବା ଏସଆଇ ସନ୍ତୋଷ କୁମାର ସୁବୁଦ୍ଧି ଜାଣିଶୁଣି ମାମଲାଟିକୁ ଚପାଇ ଦେବା ପାଇଁ ଉଦ୍ୟମ କରୁଥିବା ନେଇ ନାବାଳିକାର ପିତା ଗୁରୁତର ଅଭିଯୋଗ କରିବା ସହ ସଂପୃକ୍ତ ଆଇଆଇସି ଓ ଏଏସଆଇ ଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ନିମନ୍ତେ ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!