ନୟାଗଡ଼,(ବାଘୁଆବାର୍ତ୍ତା): ତ୍ରିନାଥ ଛକଠାରେ ଥିବା ନିରାଶ୍ରୟ ସ୍ଥଳୀରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଏମଏସଡବ୍ଲ୍ୟୁ ବିଭାଗ ଛାତ୍ରଛାତ୍ରୀମାନେ ଖାଦ୍ୟ ବଣ୍ଟନ କରିଛନ୍ତି । ବିଭାଗର ମୁଖ୍ୟ ସ୍ମିତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯର୍୍ୟକ୍ରମରେ ୨୦ ଜଣରୁ ଉର୍ଦ୍ଧ୍ୱ ଅସହାୟ ଓ ନିରାଶ୍ରୟ ଲୋକଙ୍କୁ ସହାୟତା ପ୍ରଦାନ କରିଛନ୍ତି । ଛାତ୍ରଛାତ୍ରୀମାନେ ନିରାଶ୍ରୟ ଲୋକଙ୍କ ବିଭିନ୍ନ ସମସ୍ୟା ସଂମ୍ପର୍କରେ ଆଲୋଚନା କରିବା ସହିତ ସେମାନଙ୍କ ଜୀବନଶୈଳୀ ଉପରେ ନିରିକ୍ଷଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ସ୍ନେହଲତା ଡାକୁଆଙ୍କ ସହିତ ଜ୍ୟୋତି ରଂଜନ ମହାପାତ୍ର, ସୁଚିଶ୍ମିତା ସାହୁ, ସୁଶ୍ରୀ ସଂଗୀତା ଜେନା, ବିଶ୍ୱ ଭୂଷଣ ମହାପାତ୍ର, ଲିପ୍ସା ରାଣୀ ପାତ୍ର, ରଜନୀ ରାନୀ ଜେନା, ରାଜେଶ୍ୱରୀ ପାଣିଗ୍ରାହୀ, ମନୀଷା ଜେନା, ବିଭୂପ୍ରିୟା ଜେନା, ଶକ୍ତିସୂର୍ଯ୍ୟା ପ୍ରିୟଦର୍ଶନୀ, ଦିପାଞ୍ଜଳୀ ମୁଦୂଲିଙ୍କ ସମେତ ଅନେକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।






