କଳ୍ପାନ୍ତଠାକୁର ଶ୍ରୀ ନୀଳମାଧବ କଣ୍ଟିଲୋଠାରେ ବ୍ରହ୍ମାଦ୍ରୀର ବ୍ୟାଘ୍ର ଗୁମ୍ଫାରେ ବିରାଜିତ ବୋଲି ସର୍ବସମ୍ମତ । ନୀଳମାଧବ ବିଶ୍ୱାବସୁ ଶବରଙ୍କ ଦ୍ୱାରା ପୂଜିତ ଠାକୁର ଅଟନ୍ତି । ସପ୍ତାଦିପ ପୃଥିବୀ ମଧ୍ୟରେ ଜମ୍ବୁଦ୍ୱୀପହେଲା ପ୍ରଧାନ । ଏହି ଜମ୍ବୁଦ୍ୱୀପ ମଧ୍ୟରେ ଥିବା ଭାରତ ବର୍ଷକୁ ଦେବଭୂମି ବୋଲି କହନ୍ତୀ । ଧର୍ମର ଗ୍ଳାନି ଘଟିଲେ ଦେବତା ମାନେ ପୃଥିବୀରେ ଜନ୍ମ ଗ୍ରହଣ କରନ୍ତି ।

ଓଡିଶାର ପୁରୁଷତ୍ତମ କ୍ଷେତ୍ର ମଧ୍ୟରେ ଅନେକ ଗୁଡିଏ ପ୍ରସିଦ୍ଧ କ୍ଷେତ୍ର ରହି ଅଛି । ସେଥିମଧ୍ୟରୁ ଶ୍ରୀକ୍ଷେତ୍ର ପୁରୀ, ଲିଙ୍ଗରାଜ କ୍ଷେତ୍ର ଭୁବନେଶ୍ୱର, ଶିବର୍ଚ୍ଚନା କ୍ଷେତ୍ର ଶରଣକୁଳ, ସତ୍ୟକ୍ଷେତ୍ର ସାକ୍ଷୀଗୋପାଳ, ସୂର୍ଯ୍ୟପୀଠ କୋଣାର୍କ, ରଘୁନାଥପୀଠ ଓଡଗାଁ, ଶକ୍ତିପୀଠ ମଣିନାଗ, ଶକ୍ତିପୀଠ ବିରଜା ଓ ପଦ୍ମକ୍ଷେତ୍ର ନୀଳମାଧବ ହେଲା ପ୍ରଧାନ । ଆଦି ଜଗନ୍ନାଥ ପ୍ରଭୁ ନୀଳମାଧବ ବ୍ରହ୍ମାଦୀ ପର୍ବତରେ ବିରାଜିତ । ଏହି ପର୍ବତ ଅତୀବ ରମଣୀୟ ଓ ଘଞ୍ଚ ଜଙ୍ଗଲରେ ପୂର୍ଣ୍ଣ । ଏହାର ଦୁଇଟି ଶୃଙ୍ଗ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ହୋଇଥିବାରୁ ପ୍ରଥମ ଶୃଙ୍ଗର ନାମ ବ୍ରହ୍ମାଦ୍ରୀ ଓ ଦ୍ୱିତୀୟର ନାମ ପଦ୍ମାଦ୍ରୀ । ପ୍ରଭୁ ନୀଳମାଧବଙ୍କ ମୁର୍ତ୍ତୀର ଉଚ୍ଚତା ୮୧ ଆଙ୍ଗୁଳୀ ବିଶଷ୍ଟ । ମାଧବଙ୍କ ଉପର ହସ୍ତଦ୍ୱୟରେ ଶଙ୍ଖ ଓ ଚକ୍ର , ତଳ ହସ୍ତ ଦ୍ୱୟରେ ଅଭୟବରଦ ମୁଦ୍ରାଙ୍କିତ । ପାଦପଦ୍ମରୁ ଗଙ୍ଗା ଦେବୀ ଆବିର୍ଭୁତା । ମାଧବ ନୀଳ ପ୍ରସ୍ତରରେ ଗଠିତ ହୋଇଥିବାରୁ ତାଙ୍କ ନାମ ନୀଳମାଧବ ହୋଇଥିବା ଜନଶ୍ରୁତିରୁ ଜଣାଯାଏ । ମାଧବଙ୍କ ଆର୍ବିଭାବ ପ୍ରତିମ ପରାର୍ଦ୍ଧ ବା ପଦ୍ମକଳ୍ପ ଶେଷରେ ହୋଇଥିବାରୁ ତାଙ୍କୁ କଳ୍ପାନ୍ତଠାକୁର ବୋଲି କହନ୍ତି । ମାଳବ ଦେଶର ଅବନ୍ତୀ ନଗର ରାଜା ଇନ୍ଦ୍ରଦୁମ୍ନ । ସେ ସତ୍ୟ ଯୁଗର ଓ ବ୍ରହ୍ମାଙ୍କର ପଞ୍ଚମ ପୁରୁଷ । ସେ ପ୍ରଧାନ ବିଷ୍ଣୁ ଭକ୍ତ ଓ ଧର୍ମ ପରାୟଣ । ତାଙ୍କରି ଆଦେଶ ପାଇଁ ବ୍ରାହ୍ମଣ କୁମର ବିଦ୍ୟାପତି ମାଧବଙ୍କ ସନ୍ଧାନରେ ବାହାରିଥିଲେ । ବିଦ୍ୟାପତି ବିଷ୍ଣୁ ପ୍ରତୀମା ସନ୍ଧାନରେ ବାହାରି ଅନେକ ନଦୀ ପର୍ବତ ଅତିକ୍ରମ କରି ଉତ୍କଳ ଦେଶର ମହାନଦୀ କୂଳରେ ପହଞ୍ôଚଥିଲେ । ବିଦ୍ୟାପତି ଏହିଠାରେ ଶବର ରାଜା ବିଶ୍ୱାବସୁଙ୍କ କନ୍ୟା ଲଳିତାକୁ ବିବାହ କରି ଶବର ଘରେ ଅବସ୍ଥାନ କରିଥିଲେ ଏବଂ ମାଧବଙ୍କ ସନ୍ଧାନରେ ନିମଗ୍ନ ରହିଥିଲେ । କିଛିଦିନ ଅନ୍ତେ ଲଳିତାଙ୍କ ସହଯୋଗରୁ ବିଶ୍ୱାବସୁଙ୍କ ଙ୍କ ଦ୍ୱାରା ପୂଜିତ ପ୍ରଭୂ ଶ୍ରୀନୀଳମାଧବଙ୍କ ସନ୍ଧାନ କରିପାରିଥିଲେ । ଏବଂ ଏହି ଖବର ରାଜା ଇନ୍ଦ୍ରଦୁମ୍ନଙ୍କୁ ଜଣାଇଥିଲେ । ଇନ୍ଦ୍ରଦୁମ୍ନ ସୈାନ୍ୟ ସାମନ୍ତଙ୍କ ଏଠାକୁ ଆସି ମାଧବଙ୍କୁ ଦର୍ଶନ କରିବା କ୍ଷଣି ପ୍ରଭୁ ଅନ୍ତଧାନ୍ୟ ହୋଇ ଶୂନ୍ୟବାଣୀ କରି ଦାରୁ ଋପରେ ଉଭା ହେବା ପାଇଁ ପ୍ରକାଶ କରିଥିଲେ । ପ୍ରଭୁ ଦାରୁ ଋପରେ ପୂଜା ପାଇବା ପରଠାରୁ ମାଧବ ଅପୂଜା ରହିଥିଲେ । ବହୁ ବର୍ଷ ପରେ ଗଜପତି ମହାରାଜା ମାଧବଙ୍କ ସେବାପାଇଁ ଦୁଇଗୋତ୍ରରେ (କୈସିକ ଓ ଭରଦ୍ୱାଜ) ଦୁଇଘର ବ୍ରାହ୍ମଣଙ୍କୁ ପଠାଇଥିଲେ । ସେମାନେ ପୁରୀ ନିକଟ ବାମଦେବପୁର ଓ ବାସୁଦେବପୁର ଶାସନରୁ ଆସିଥିଲେ । ଆଦିତ୍ୟ ସେନଙ୍କ ଶୀଳାଲେଖାରୁ ଜଣାଯାଏ ଗୁପ୍ତଯୁଗରେ ମାଥୁର ଗୁପ୍ତ ମାଧବ ଉପାସକ ଥିଲେ ।

ନୟାଗଡ଼ ଜିଲ୍ଲା ଅନ୍ତର୍ଗତ କଣ୍ଟିଲୋ ଏକ ପୂରାଣ ପ୍ରସିଦ୍ଧ ଗ୍ରାମ । ଏହାର ଇତିହାସ ବଡ଼ ପବିତ୍ର ଓ ପ୍ରସିଦ୍ଧ । କଣ୍ଟେଇ କୋଳି ଗଛରେ ଏହି ସ୍ଥାନ ପରିପୂର୍ଣ୍ଣ ଥିବାରୁ ଏହା ନାମ କଣ୍ଟିଲୋ ହୋଇଛି । ଦୁଇଟି କାରଣରୁ ଏହି ସ୍ଥାନର ଅତୀତ ଗୈାରବ ମୟ । ଗୋଟିଏ ହେଲା ନୀଳମାଧବଙ୍କ ବୀଜେ ସ୍ଥଳୀ ଅନ୍ୟଟି କଣ୍ଟିଲୋର ବିଖ୍ୟାତ କଂସାବାସନ । ଶ୍ରୀ ନୀଳମାଧବଙ୍କ ମନ୍ଦିର ପ୍ରାଙ୍ଗଣ ମଧ୍ୟରେ କହିବାକୁ ଗଲେ, ନୀଳମାଧବ ମନ୍ଦିର ଠିକ ପୁରୀ ଜଗନ୍ନାଥ ମନ୍ଦିର ଓ ତାର ପାଚେରୀ ଘେରା ବେଢା ପରୀ ସୁନ୍ଦର । ବେଢାଭିତରେ ଛୋଟ ବଡ ଅନେକ ମନ୍ଦିର ରହିଛି । ମନ୍ଦିରର ସିଂହଦ୍ୱାର ଓ ଅରୁଣ ସ୍ତମ୍ଭ ଅତୀବ ରମନୀୟ । ନୀଳମାଧବଙ୍କସମ୍ମୁଖରେ ଥିବା ଗରୁଡ ମୃର୍ତ୍ତୀ ଅତ୍ୟନ୍ତ କମନୀୟ । ମନ୍ଦୀରର କାରୁକାର୍ଯ୍ୟ ଉତ୍କଳୀୟ ଚାରୁ କଳାର ନିଦର୍ଶନ । ନୀଳମାଧବ ମନ୍ଦିରସ୍ଥ ଭୋଗ ମଣ୍ଡପ ଏକ ଚତ୍ମକାର ଚାରୁକଳାର ନିର୍ଦ୍ଦଶନ । ମନ୍ଦିରର ପଶ୍ଚିମ ପାଶ୍ୱରେ ଥିବା ହନୁମାନ ମନ୍ଦିର ଓ ତାର ପାକୃତିକ ପରିବେଶ ଜନମନ ହରଣ କରେ । ଏହି ହନୁମାନ ମୃର୍ତ୍ତୀ ତଳେ ଦୈନଦିନ ଏଠାକୁ ଆସୁଥିବା ଏକ ମର୍କଟକୁ ସମାଧି ଦିଆଯାଇଛି । ହନୁମାନ ମୂର୍ତ୍ତି ମନୁଷ୍ୟାକୃତି । ମୂର୍ତ୍ତୀର ବାମ ହସ୍ତରେ ଗଦା ଓ ଦକ୍ଷିଣ ହସ୍ତରେ ଜପାମାଳ ଶୋଭାପାଏ । ବୋଧହୁଏ ପ୍ରଭୂ ହନୁମାନ ଜୀବନ୍ତ ଏଠି ପ୍ରଭୂ ରାମଚନ୍ଦ୍ରଙ୍କୁ ପ୍ରାଥନା କରି ପ୍ରଭୁ ନୀଳମାଧବଙ୍କ ପୀଠରେ ଅବସ୍ଥାନ କରିଛନ୍ତି । ଶ୍ରୀନୀଳମାଧବଙ୍କ ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ଶ୍ରୀ ସିଦ୍ଧେଶ୍ୱର ମହାଦେବଙ୍କ ମନ୍ଦିର । ସୂର୍ଯ୍ୟଙ୍କର ଉତ୍ତରାୟଣ ଗଚ୍ଛିରେ ଲିଙ୍ଗ ଦକ୍ଷିଣକୁ ଏବଂ ଦକ୍ଷିଣାୟଣ ଗଚ୍ଛିରେ ଲିଙ୍ଗ ଉତ୍ତର ଦିଗକୁ ଢଳିଥାନ୍ତି । ଆହୁରି ଆଶ୍ଚର୍ଯ୍ୟାର କଥା ଏଠାରେ ଯେତେ ଜଳ ଲାଗି କଲେ ମଧ୍ୟ ତାହା ମୂହୁର୍ତ୍ତକ ମଧ୍ୟରେ ପାତାଳଗାମି ହୁଏ । ଏପରି ଲିଙ୍ଗ ସାରା ଭାରତରେ ବିରଳ । ପ୍ରଭୁ ନୀଳମାଧବଙ୍କର ବାରମାସରେ ତେର ଯାତ୍ରା ଅନୁଷ୍ଟିତ ହୁଏ । ତନ୍ମଧ୍ୟରୁ ସ୍ନାନ ଯାତ୍ରା, ଚନ୍ଦନ ଯାତ୍ରା , ଝୁଲଣ ଯାତ୍ରା , ଦେବ ଦୀପାବଳୀ, ରାସ ପୂର୍ଣ୍ଣିମା, ମାଘ ଏକାଦଶୀମେଳା ପ୍ରଧାନ । ପର୍ବପର୍ବାଣୀରେ ମାଧବ ଭିନ୍ନ ଭିନ୍ନ ବେଶରେ ସଜ୍ଜିତ ହୋଇଥାନ୍ତି । ନୀଳମାଧବଙ୍କର ମାଘ ଏକାଦଶୀ ଠାରୁ ପ୍ରାୟ ପନ୍ଦର ଦିନଧରି ଏକ ବିରାଟ ମେଳାହୁଏ । ଦେବୋତ୍ତର ସଂସ୍ଥାଦ୍ୱାରା ମନ୍ଦିର ପରିଚାଳିତ ହୁଏ ।






