Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଳ୍ପାନ୍ତଠାକୁର ଶ୍ରୀନୀଳମାଧବ

by ସଞ୍ଜୟ ସ୍ୱାଇଁ
February 23, 2020
in Toursimi
କଳ୍ପାନ୍ତଠାକୁର ଶ୍ରୀନୀଳମାଧବ
290
VIEWS
Share on FacebookShare on Twitter

କଳ୍ପାନ୍ତଠାକୁର ଶ୍ରୀ ନୀଳମାଧବ କଣ୍ଟିଲୋଠାରେ ବ୍ରହ୍ମାଦ୍ରୀର ବ୍ୟାଘ୍ର ଗୁମ୍ଫାରେ ବିରାଜିତ ବୋଲି ସର୍ବସମ୍ମତ । ନୀଳମାଧବ ବିଶ୍ୱାବସୁ ଶବରଙ୍କ ଦ୍ୱାରା ପୂଜିତ ଠାକୁର ଅଟନ୍ତି । ସପ୍ତାଦିପ ପୃଥିବୀ ମଧ୍ୟରେ ଜମ୍ବୁଦ୍ୱୀପହେଲା ପ୍ରଧାନ । ଏହି ଜମ୍ବୁଦ୍ୱୀପ ମଧ୍ୟରେ ଥିବା ଭାରତ ବର୍ଷକୁ ଦେବଭୂମି ବୋଲି କହନ୍ତୀ । ଧର୍ମର ଗ୍ଳାନି ଘଟିଲେ ଦେବତା ମାନେ ପୃଥିବୀରେ ଜନ୍ମ ଗ୍ରହଣ କରନ୍ତି ।

ଓଡିଶାର ପୁରୁଷତ୍ତମ କ୍ଷେତ୍ର ମଧ୍ୟରେ ଅନେକ ଗୁଡିଏ ପ୍ରସିଦ୍ଧ କ୍ଷେତ୍ର ରହି ଅଛି । ସେଥିମଧ୍ୟରୁ ଶ୍ରୀକ୍ଷେତ୍ର ପୁରୀ, ଲିଙ୍ଗରାଜ କ୍ଷେତ୍ର ଭୁବନେଶ୍ୱର, ଶିବର୍ଚ୍ଚନା କ୍ଷେତ୍ର ଶରଣକୁଳ, ସତ୍ୟକ୍ଷେତ୍ର ସାକ୍ଷୀଗୋପାଳ, ସୂର୍ଯ୍ୟପୀଠ କୋଣାର୍କ, ରଘୁନାଥପୀଠ ଓଡଗାଁ, ଶକ୍ତିପୀଠ ମଣିନାଗ, ଶକ୍ତିପୀଠ ବିରଜା ଓ ପଦ୍ମକ୍ଷେତ୍ର ନୀଳମାଧବ ହେଲା ପ୍ରଧାନ । ଆଦି ଜଗନ୍ନାଥ ପ୍ରଭୁ ନୀଳମାଧବ ବ୍ରହ୍ମାଦୀ ପର୍ବତରେ ବିରାଜିତ । ଏହି ପର୍ବତ ଅତୀବ ରମଣୀୟ ଓ ଘଞ୍ଚ ଜଙ୍ଗଲରେ ପୂର୍ଣ୍ଣ । ଏହାର ଦୁଇଟି ଶୃଙ୍ଗ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ହୋଇଥିବାରୁ ପ୍ରଥମ ଶୃଙ୍ଗର ନାମ ବ୍ରହ୍ମାଦ୍ରୀ ଓ ଦ୍ୱିତୀୟର ନାମ ପଦ୍ମାଦ୍ରୀ । ପ୍ରଭୁ ନୀଳମାଧବଙ୍କ ମୁର୍ତ୍ତୀର ଉଚ୍ଚତା ୮୧ ଆଙ୍ଗୁଳୀ ବିଶଷ୍ଟ । ମାଧବଙ୍କ ଉପର ହସ୍ତଦ୍ୱୟରେ ଶଙ୍ଖ ଓ ଚକ୍ର , ତଳ ହସ୍ତ ଦ୍ୱୟରେ ଅଭୟବରଦ ମୁଦ୍ରାଙ୍କିତ । ପାଦପଦ୍ମରୁ ଗଙ୍ଗା ଦେବୀ ଆବିର୍ଭୁତା । ମାଧବ ନୀଳ ପ୍ରସ୍ତରରେ ଗଠିତ ହୋଇଥିବାରୁ ତାଙ୍କ ନାମ ନୀଳମାଧବ ହୋଇଥିବା ଜନଶ୍ରୁତିରୁ ଜଣାଯାଏ । ମାଧବଙ୍କ ଆର୍ବିଭାବ ପ୍ରତିମ ପରାର୍ଦ୍ଧ ବା ପଦ୍ମକଳ୍ପ ଶେଷରେ ହୋଇଥିବାରୁ ତାଙ୍କୁ କଳ୍ପାନ୍ତଠାକୁର ବୋଲି କହନ୍ତି । ମାଳବ ଦେଶର ଅବନ୍ତୀ ନଗର ରାଜା ଇନ୍ଦ୍ରଦୁମ୍ନ । ସେ ସତ୍ୟ ଯୁଗର ଓ ବ୍ରହ୍ମାଙ୍କର ପଞ୍ଚମ ପୁରୁଷ । ସେ ପ୍ରଧାନ ବିଷ୍ଣୁ ଭକ୍ତ ଓ ଧର୍ମ ପରାୟଣ । ତାଙ୍କରି ଆଦେଶ ପାଇଁ ବ୍ରାହ୍ମଣ କୁମର ବିଦ୍ୟାପତି ମାଧବଙ୍କ ସନ୍ଧାନରେ ବାହାରିଥିଲେ । ବିଦ୍ୟାପତି ବିଷ୍ଣୁ ପ୍ରତୀମା ସନ୍ଧାନରେ ବାହାରି ଅନେକ ନଦୀ ପର୍ବତ ଅତିକ୍ରମ କରି ଉତ୍କଳ ଦେଶର ମହାନଦୀ କୂଳରେ ପହଞ୍ôଚଥିଲେ । ବିଦ୍ୟାପତି ଏହିଠାରେ ଶବର ରାଜା ବିଶ୍ୱାବସୁଙ୍କ କନ୍ୟା ଲଳିତାକୁ ବିବାହ କରି ଶବର ଘରେ ଅବସ୍ଥାନ କରିଥିଲେ ଏବଂ ମାଧବଙ୍କ ସନ୍ଧାନରେ ନିମଗ୍ନ ରହିଥିଲେ । କିଛିଦିନ ଅନ୍ତେ ଲଳିତାଙ୍କ ସହଯୋଗରୁ ବିଶ୍ୱାବସୁଙ୍କ ଙ୍କ ଦ୍ୱାରା ପୂଜିତ ପ୍ରଭୂ ଶ୍ରୀନୀଳମାଧବଙ୍କ ସନ୍ଧାନ କରିପାରିଥିଲେ । ଏବଂ ଏହି ଖବର ରାଜା ଇନ୍ଦ୍ରଦୁମ୍ନଙ୍କୁ ଜଣାଇଥିଲେ । ଇନ୍ଦ୍ରଦୁମ୍ନ ସୈାନ୍ୟ ସାମନ୍ତଙ୍କ ଏଠାକୁ ଆସି ମାଧବଙ୍କୁ ଦର୍ଶନ କରିବା କ୍ଷଣି ପ୍ରଭୁ ଅନ୍ତଧାନ୍ୟ ହୋଇ ଶୂନ୍ୟବାଣୀ କରି ଦାରୁ ଋପରେ ଉଭା ହେବା ପାଇଁ ପ୍ରକାଶ କରିଥିଲେ । ପ୍ରଭୁ ଦାରୁ ଋପରେ ପୂଜା ପାଇବା ପରଠାରୁ ମାଧବ ଅପୂଜା ରହିଥିଲେ । ବହୁ ବର୍ଷ ପରେ ଗଜପତି ମହାରାଜା ମାଧବଙ୍କ ସେବାପାଇଁ ଦୁଇଗୋତ୍ରରେ (କୈସିକ ଓ ଭରଦ୍ୱାଜ) ଦୁଇଘର ବ୍ରାହ୍ମଣଙ୍କୁ ପଠାଇଥିଲେ । ସେମାନେ ପୁରୀ ନିକଟ ବାମଦେବପୁର ଓ ବାସୁଦେବପୁର ଶାସନରୁ ଆସିଥିଲେ । ଆଦିତ୍ୟ ସେନଙ୍କ ଶୀଳାଲେଖାରୁ ଜଣାଯାଏ ଗୁପ୍ତଯୁଗରେ  ମାଥୁର ଗୁପ୍ତ ମାଧବ ଉପାସକ ଥିଲେ ।

ନୟାଗଡ଼ ଜିଲ୍ଲା ଅନ୍ତର୍ଗତ କଣ୍ଟିଲୋ ଏକ ପୂରାଣ ପ୍ରସିଦ୍ଧ ଗ୍ରାମ । ଏହାର ଇତିହାସ ବଡ଼ ପବିତ୍ର ଓ ପ୍ରସିଦ୍ଧ । କଣ୍ଟେଇ କୋଳି ଗଛରେ ଏହି ସ୍ଥାନ ପରିପୂର୍ଣ୍ଣ ଥିବାରୁ ଏହା ନାମ କଣ୍ଟିଲୋ ହୋଇଛି । ଦୁଇଟି କାରଣରୁ ଏହି ସ୍ଥାନର ଅତୀତ ଗୈାରବ ମୟ । ଗୋଟିଏ ହେଲା ନୀଳମାଧବଙ୍କ ବୀଜେ ସ୍ଥଳୀ ଅନ୍ୟଟି କଣ୍ଟିଲୋର ବିଖ୍ୟାତ କଂସାବାସନ । ଶ୍ରୀ ନୀଳମାଧବଙ୍କ ମନ୍ଦିର ପ୍ରାଙ୍ଗଣ ମଧ୍ୟରେ କହିବାକୁ ଗଲେ, ନୀଳମାଧବ ମନ୍ଦିର ଠିକ ପୁରୀ ଜଗନ୍ନାଥ ମନ୍ଦିର ଓ ତାର ପାଚେରୀ ଘେରା ବେଢା ପରୀ ସୁନ୍ଦର । ବେଢାଭିତରେ ଛୋଟ ବଡ ଅନେକ ମନ୍ଦିର ରହିଛି । ମନ୍ଦିରର ସିଂହଦ୍ୱାର ଓ ଅରୁଣ ସ୍ତମ୍ଭ ଅତୀବ ରମନୀୟ । ନୀଳମାଧବଙ୍କସମ୍ମୁଖରେ ଥିବା ଗରୁଡ ମୃର୍ତ୍ତୀ ଅତ୍ୟନ୍ତ କମନୀୟ । ମନ୍ଦୀରର କାରୁକାର୍ଯ୍ୟ ଉତ୍କଳୀୟ ଚାରୁ କଳାର ନିଦର୍ଶନ । ନୀଳମାଧବ ମନ୍ଦିରସ୍ଥ ଭୋଗ ମଣ୍ଡପ ଏକ ଚତ୍ମକାର ଚାରୁକଳାର ନିର୍ଦ୍ଦଶନ । ମନ୍ଦିରର ପଶ୍ଚିମ ପାଶ୍ୱରେ ଥିବା ହନୁମାନ ମନ୍ଦିର ଓ ତାର ପାକୃତିକ ପରିବେଶ ଜନମନ ହରଣ କରେ । ଏହି ହନୁମାନ ମୃର୍ତ୍ତୀ ତଳେ ଦୈନଦିନ ଏଠାକୁ ଆସୁଥିବା ଏକ ମର୍କଟକୁ ସମାଧି ଦିଆଯାଇଛି । ହନୁମାନ ମୂର୍ତ୍ତି ମନୁଷ୍ୟାକୃତି । ମୂର୍ତ୍ତୀର ବାମ ହସ୍ତରେ ଗଦା ଓ ଦକ୍ଷିଣ ହସ୍ତରେ ଜପାମାଳ ଶୋଭାପାଏ । ବୋଧହୁଏ ପ୍ରଭୂ ହନୁମାନ ଜୀବନ୍ତ ଏଠି ପ୍ରଭୂ ରାମଚନ୍ଦ୍ରଙ୍କୁ ପ୍ରାଥନା କରି ପ୍ରଭୁ ନୀଳମାଧବଙ୍କ ପୀଠରେ ଅବସ୍ଥାନ କରିଛନ୍ତି । ଶ୍ରୀନୀଳମାଧବଙ୍କ ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ଶ୍ରୀ ସିଦ୍ଧେଶ୍ୱର ମହାଦେବଙ୍କ ମନ୍ଦିର । ସୂର୍ଯ୍ୟଙ୍କର ଉତ୍ତରାୟଣ ଗଚ୍ଛିରେ ଲିଙ୍ଗ ଦକ୍ଷିଣକୁ ଏବଂ ଦକ୍ଷିଣାୟଣ ଗଚ୍ଛିରେ ଲିଙ୍ଗ ଉତ୍ତର ଦିଗକୁ ଢଳିଥାନ୍ତି । ଆହୁରି ଆଶ୍ଚର୍ଯ୍ୟାର କଥା ଏଠାରେ ଯେତେ ଜଳ ଲାଗି କଲେ ମଧ୍ୟ ତାହା ମୂହୁର୍ତ୍ତକ ମଧ୍ୟରେ ପାତାଳଗାମି ହୁଏ । ଏପରି ଲିଙ୍ଗ ସାରା ଭାରତରେ ବିରଳ । ପ୍ରଭୁ ନୀଳମାଧବଙ୍କର ବାରମାସରେ ତେର ଯାତ୍ରା ଅନୁଷ୍ଟିତ ହୁଏ । ତନ୍ମଧ୍ୟରୁ ସ୍ନାନ ଯାତ୍ରା, ଚନ୍ଦନ ଯାତ୍ରା , ଝୁଲଣ ଯାତ୍ରା , ଦେବ ଦୀପାବଳୀ, ରାସ ପୂର୍ଣ୍ଣିମା, ମାଘ ଏକାଦଶୀମେଳା ପ୍ରଧାନ । ପର୍ବପର୍ବାଣୀରେ ମାଧବ ଭିନ୍ନ ଭିନ୍ନ ବେଶରେ ସଜ୍ଜିତ ହୋଇଥାନ୍ତି । ନୀଳମାଧବଙ୍କର ମାଘ ଏକାଦଶୀ ଠାରୁ ପ୍ରାୟ ପନ୍ଦର ଦିନଧରି ଏକ ବିରାଟ ମେଳାହୁଏ । ଦେବୋତ୍ତର ସଂସ୍ଥାଦ୍ୱାରା ମନ୍ଦିର ପରିଚାଳିତ ହୁଏ ।

ଆଲେଖ୍ୟ – ଅନୀଲ କୁମାର ପଣ୍ଡା, କ୍ରିଦାଶପୁର, ନୟାଗଡ଼

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!