ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଶୁକ୍ରବାର ସଂନ୍ଧ୍ୟାରେ କାଳ ବୈଶାଖୀ ସୃଷ୍ଟି ହୋଇ ବିଭିନ୍ନ ଅଂଚଳରେ ପ୍ରବଳ ବେଗରେ ପବନ ବୋହିବା ସହ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଦୀର୍ଘ ଏକ ଘଣ୍ଟା ଧରି ସୃଷ୍ଟି ହୋଇଥିବା ଏହି କାଳବୈଶାଖୀ ପ୍ରଭାବରେ ସହର ସମେତ ଆଖପାଖ ଅଂଚଳରେ ବର୍ଷା, ପବନ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ କିଛି ସମୟର ଧରି ବିଦ୍ୟୁତ କାଟ ହୋଇଥିବା ବେଳେ କରୋନା ଲକ୍ଡାଉନ୍ ସହ କାଳବୈଶାଖୀ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି ।






