Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ କେ.ସି. କ୍ଲବରେ ହେବ ଦୁଇ ଦିନିଆ ରାଜ୍ୟ ସ୍ତରୀୟ ବ୍ରିଜ ଟୁର୍ଣ୍ଣାମେଣ୍ଟ

by ସଞ୍ଜୟ ସ୍ୱାଇଁ
September 5, 2022
in Nayagarh, Sports, State
ନୟାଗଡ଼ କେ.ସି. କ୍ଲବରେ ହେବ ଦୁଇ ଦିନିଆ ରାଜ୍ୟ ସ୍ତରୀୟ ବ୍ରିଜ ଟୁର୍ଣ୍ଣାମେଣ୍ଟ
378
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ କୃଷ୍ଣଚନ୍ଦ୍ର କ୍ଲବରେ ହେବ ଦୁଇଦିନିଆ ରାଜ୍ୟ ସ୍ତରୀୟ ବ୍ରିଜ ଟୁର୍ଣ୍ଣାମେଣ୍ଟ । ଆସନ୍ତା ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ଖେଳାଳୀ ମାନେ ଯୋଗ ଦେବେ । ଏଥି ସହିତ ଉକ୍ତ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ସୁନାମଧନ୍ୟ ଟିମ ଅଂଶଗ୍ରହଣ କରିବେ । ଟିମ ପାଇଁ ପ୍ରବେଶିକା ଫି ୮୦୦/- ଟଙ୍କା ଧାର୍ଯ୍ୟ କରାଯାଇଅଛି ଏବଂ (ଡୁପ୍ଲିକଟେ) ପାଇଁ ୨୦୦/- ଟଙ୍କା (ପେୟାର) ପାଇଁ ଧାର୍ଯ୍ୟ କରାଯାଇଛି । ବିଜେତା ଟିମ୍କୁ ପୁରସ୍କାର ରାଶି ଦିଆଯିବାକୁ ମଧ୍ୟ ସ୍ଥିର କରାଯାଇଅଛି । ଏଥିନିମନ୍ତେ ଆଜି କ୍ଲବ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । କେ.ସି. କ୍ଲବର ସଭାପତି ଭାଗିରଥି ଦାସ, ସମ୍ପାଦକ ସଂଗ୍ରାମ କେଶରୀ ଗୁମାନ ସିଂ, କେ.ସି. କ୍ଲବର ଗଣମାଧ୍ୟମାଞ୍ଚ ମୁଖ୍ୟ ରାମକୃଷ୍ଣ ରଥ, ସଭ୍ୟ ଆଶୁତୋଷ ରଥ, ଭବରଞ୍ଜନ ଦାସ, ରାମପ୍ରସାଦ ବାରିକ, କୃଷ୍ଣଚନ୍ଦ୍ର ସାହୁ ଓ ଧର୍ମେନ୍ଦ୍ର କୁମାର ଗୁମାନସିଂ ପ୍ରମୁଖ ଯୋଗ ଦେଇଥିଲେ । ଏହି ଖେଳରେ ଅଂଶ ଗ୍ରହଣ କରିବା ପାଇଁ ଏହି ନମ୍ବରରେ ଯୋଗାଯୋଗ – ୯୪୩୯୦୦୮୩୭୭ କରିବା ପାଇଁ ଅନୁରୋଧ କରାଯାଇଛି । ଆସନ୍ତା ୯ ତାରିଖ ପୂର୍ବରୁ ଯୋଗାଯୋଗ କରିବେ । ରିପୋର୍ଟିଙ୍ଗ ଟାଇମ ୧୦ ତାରିଖ ଦିବା ୯ ଟିକା ରହିଛି । ଖେଳାଳୀ ମାନଙ୍କ ପାଇଁ ଦୁଇଥର ଜଳଯୋଗ, ମଧ୍ୟାହ୍ନ ଭୋଜନ ଓ ରାତ୍ର ଭୋଜନର ବ୍ୟବସ୍ଥା କରାଯାଇଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!