ନୟାଗଡ଼,(ବାଘୁଆବାର୍ତ୍ତା) : କିଛିଦିନ ତଳେ ନୟାଗଡ଼ ଜିଲ୍ଲା ପଦ୍ମାବତୀ ମହାନଦୀ ପାଣି ଭିତରେ ଥିବା ଏକ ମନ୍ଦିରକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଥିବା ବେଳେ ଏବେ ଜଙ୍ଗଲ ଭିତରେ ରହିଥିବା ଅନ୍ୟ ଏକ ମନ୍ଦରିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ମନ୍ଦିରକୁ କଳାପାହାଡ଼ ଭାଙ୍ଗି ଜଙ୍ଗଲ ମଧ୍ୟରେ ଫିଙ୍ଗି ଦେଇଥିବା ନେଇ ସ୍ଥାନୀୟ ଲୋକେ ମତ ଦେଉଛନ୍ତି ।

ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ରଣପୁର ବନାଞ୍ଚଳ ବନ୍ଧମୁଣ୍ଡା ପଂଚାୟତ ସଂଖଯୋଡ଼ି ସଂରକ୍ଷିତ ଘଞ୍ଚ ଜଙ୍ଗଲ ମଧ୍ୟରେ ପଡ଼ି ରହିଛି ଏହି ମନ୍ଦିରର ଭଗ୍ନାବଶେଷ । ନିର୍ମାଳ ଶୈଳୀ ଅନୁସାରେ ଏହା ଷଷ୍ଠ ଶତାଦ୍ଦୀରେ ନିର୍ମାଣ ହୋଇଥିବା ଅନୁମାନ କରାଯାଉଥିବା ବେଳେ ମନ୍ଦିରର ଗଠନ ଶୈଳୀରେ ଖଣ୍ଡଗିରି ଗୁମ୍ଫା ସହ ସାମଞ୍ଜସ୍ୟ ରହିଛି । ଏତି ଉଚ୍ଚ କାରିଗରୀରେ ଏହି ମନ୍ଦିରକୁ ନିର୍ମାଣ କରାଯାଇଛି । ଏହା ଏକ ଶୈବ ମନ୍ଦିର ହୋଇଥିବା ବେଳେ ଏହାକୁ ଚୋଡ଼ଗଙ୍ଗ ଦେବ ନିର୍ମାଣ କରିଥିବା ସ୍ଥାନୀୟ ବୁଦ୍ଧିଜୀବି ମତ ଦେଉଛନ୍ତି ।

ଯେଉଁ ଘଞ୍ଚ ଜଙ୍ଗଲ ଭିତରେ ମୋବାଇଲ ଟାୱାର ଆସୁ ନାହିଁ କିମ୍ବା ଯାତାୟତର କୈାଣସି ରାସ୍ତା ନାହିଁ ସେହି ସ୍ଥାନରେ ଏଭଳି ମନ୍ଦିରକୁ ନେଇ ବିସ୍ମୟ ପ୍ରକାଶ ପାଇଛି । ଅନ୍ୟପକ୍ଷେ, ଏହି ମନ୍ଦିରରେ ପୂଜା ପାଉଥିବା ଠାକୁରଙ୍କୁ ଚୋଡ଼ଗଙ୍ଗଙ୍କ ନାମନୁସାରେ, ଗଙ୍ଗେଶ୍ୱର ବୋଲି କୁହାଯାଉଛି । ତ୍ରୟୋଦ୍ଦଶ ଶତାଦ୍ଦୀରେ ଏହାକୁ କଳାପାହାଡ଼ ଭାଙ୍ଗି ଦେଇଥିବା ନେଇ ଅନେକ ମତ ଦେଇଛନ୍ତି । ଅନ୍ୟପକ୍ଷେ, ଏହା ରଣପୁର ଗଡ଼ଜାତର ପ୍ରଥମ ମନ୍ଦିର ହୋଇଥିବାରୁ ଏହାକୁ ପନ୍ନତତ୍ୱବିତ୍ମାନେ ସର୍ଭେ କରିବାର ଆବଶ୍ୟକତା ରହିଛି ବୋଲି ଆଲୋଚନା ହେଉଛି ।

ଅନ୍ୟପକ୍ଷେ, ଏହି ମନ୍ଦିରଟି ଜଙ୍ଗଲ ଭିତରେ ରହିଥିବାରୁ ବହୁ ସାଧୁ ସଂନ୍ଥଙ୍କ ଏହା ଆରାଧ୍ୟ ସ୍ଥଳୀ ଥିଲା ବୋଲି ଆଲୋଚନା ହେଉଛି । ଜଙ୍ଗଲ ଭିତରେ ରହିଥିବା ଏହି ଶୈବ୍ୟ ପୀଠରେ ଅନେକ ସଂସ୍ଥ ତପସ୍ୟା କରି ସିଦ୍ଧି ଲାଭ କରିଥିବା ନେଇ ଆଲୋଚନା ହେଉଛି । ସ୍ଥାନୀୟ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।





