ନୟାଗଡ଼, (ବାଘୁଆବାର୍ତ୍ତା) : ଗତକାଲି ବିଦେଶୀ ମଦ ଚାଲାଣ ବେଳେ ଇଟାମାଟି ପୁଲିସ ହାତରେ ଧରା ପଡ଼ିଛନ୍ତି ଜଣେ ବ୍ୟକ୍ତି ଧରା ପଡ଼ିଛନ୍ତି । ଏହି ବ୍ୟକ୍ତି ଜଣଙ୍କ ହେଲେ ରଣପୁର ଥାନା ଚମ୍ପତ୍ତିପୁର ଗ୍ରାମର ପାଣୁ ଗନ୍ତାୟତଙ୍କ ପୁଅ ସଂଜୟ କୁମାର ଗନ୍ତାୟତ । ସୂଚନାନୁସାରେ, ଇଟାମାଟି ପୁଲିସ ଗତକାଲି ରାତିରେ ଲାଠିପଡ଼ା ରାସ୍ତାରେ ପ୍ରେଟୋଲିଂ କରୁଥିବା ବେଳେ ଜଣେ ବ୍ୟକ୍ତି ସନ୍ଦେହ ଜନକ ଅବସ୍ଥାରେ ହାତରେ ଏକ ବ୍ୟାଗ ଧରି ଚାଲି ଚାଲି ଯାଉଥିବା ପୁଲିସ ଦେଖିବାକୁ ପାଇଥିଲା । ଯାହାକୁ ନେଇ ତନଖି ସମୟରେ ପୁଲିସ ତାଙ୍କ ବ୍ୟାଗରେ ୫୪ ବୋତଲ ୧୮୦ ଏମ୍ଏଲ୍(ନିବ୍) ବିଦେଶୀ ମଦ ଥିବା ଦେଖିବାକୁ ପାଇଥିଲେ । ଇଟାମାଟି ଆଇଆଇସି ଦୀପକ ଖଣ୍ଡାୟତରାୟଙ୍କ ସୂଚନାନୁସାରେ, ଏହି ବ୍ୟକ୍ତି ଜଣଙ୍କ କାହା ସହ ବାଇକରେ ଯାଉଥିଲେ, ମାତ୍ର ପୁଲିସ ଭ୍ୟାନକୁ ଦେଖି ସେ ବାଇକରୁ ଓହ୍ଲାଇ ଚାଲି ଚାଲି ଯାଉଥିଲେ । ପୁଲିସ ତାଙ୍କଠାରୁ ମଦ ଜବତ କରିବା ସହ ଗିରଫ କରିଥିବା ସୂଚନା ମିଳିଛି । ଆଜି ତାଙ୍କର କୋଭିଡ୍ ଟେଷ୍ଟ ପରେ କୋର୍ଟ ଚାଲାଣ କରାଯିବ ବୋଲି ଜଣାଯାଇଛି ।






