ନୟାଗଡ଼, (ବାଘୁଆବାର୍ତ୍ତା) : ଯଦୁମଣୀ ଆଥଲେଟିକ ଆସୋସିଏସନ ଦ୍ୱାରା ଆୟୋଜିତ ଇଟାମାଟି କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଫାଇନାଲ ମ୍ୟାଚରେ ଯଦୁମଣୀ ଅଥଲେଟିକ ଆସୋସିଏସନ ଇଟାମାଟି ବନାମ ଗୋଲଡେନ ଷ୍ଟାର କ୍ଲବ ଜଟଣୀ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଜଟଣୀ ଦଳ ୩-୦ ଗୋଲରେ ଆଗୁଆ ରହି ବିଜୟ ଲାଭ କରିବା ସହ ଚମ୍ପିୟାନ ହୋଇଛି । ଏହି ଖେଳରେ ମୁଖ୍ୟ ଅତିଥି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଇଟାମାଟି ସରପଂଚ ସୋନାଲିକା ମନ୍ଥନ, ସମିତି ସଭ୍ୟା ବବିତା ରାଣୀ ଜେନା, ଇଟାମାଟି କଲେଜ ଅଧ୍ୟକ୍ଷ ଅଶୋକ କୁମାର ନାୟକ ପ୍ରମୂଖ ଯୋଗ ଦେଇଥିଲେ । ଆଜିର ମ୍ୟାଚରେ ଶ୍ରେଷ୍ଠ ଖେଳାଳୀ ଭାବେ ଜଟଣୀ ଦଳର ୧୧ନଂ ଖେଳାଳୀ ପ୍ରୀତିଶ୍ ଘୋଷିତ ହୋଇଥିଲେ ।






