ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହରରେ ସରକାରଙ୍କ ନିୟମନୁସାରେ ହେଲମେଟ ଚେକିଂକୁ କଡ଼ାକଡ଼ି କରାଯାଇଛି । ଆଜି କଲେଜ ଛକରେ ଆଂଚଳିକ ପରିବହନ ତରଫରୁ ଜୋରଦାର ଚେକିଂ କରାଯିବା ସହ ସଚେତନ କରାଯାଇଛି । ଏହି ଚେକିଂରେ ଆଂଚଳିକ ପରିବହନ ଅଧିକାରୀ ତଥା ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଡିଆବି ଡିଏସପି ସୁବାସ ମହାନ୍ତି, ଏମଭିଆଇ ଦୁର୍ଗା ରାଓଙ୍କ ସହିତ ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏଥିରେ ୫୦ରୁ ଉର୍ଦ୍ଧ ଲୋକଙ୍କଠାରୁ ଜୋରିମାନା ଆଦାୟ କରାଯାଇଥିବା ବେଳେ ଛୋଟ ଛୁଆଙ୍କୁ ବାଇକରେ ନେବା ବେଳେ ହେଲେମେଟ ଲଗାଇବା ପାଇଁ ସଚେତନ କରାଯାଇଛି । ଏଥିସହିତ ଶିଶୁମାନେ ବାଇକ ବ୍ୟବହାର ବେଳେ ଧରାପଡ଼ିଥିବା ବେଳେ ସେମାନଙ୍କ ଅଭିଭାବକଙ୍କୁ ଡକାଇ ସଚେତନ କରାଯାଇଛି । ଭବିଷ୍ୟତରେ ଛୋଟ ଛୁଆଙ୍କୁ ଗାଡ଼ି ଦେବାକୁ ବାରଣ କରାଯାଇଛି ।






