ନୟାଗଡ଼, (ବାଘୁଆବାର୍ତ୍ତା) : ବାଲୁଗାଁ ସଅରସାହିରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ମୃତକଙ୍କ ସ୍ତ୍ରୀ ଏବଂ ଶଳା ଥାନାରେ ଅଟକ ଥିବା ଜଣାଯାଇଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଶାଳପଡ଼ା ପଂଚାୟତ ଅନ୍ତର୍ଗତ ମିତୁଆଣୀ ଗ୍ରାମର ସମରା ନାୟକଙ୍କ ପୁଅ କାଳିଆ ନାୟକ(୩୭) ଦୀର୍ଘବର୍ଷ ହେବ ନୟାଗଡ଼ ସଦରଥାନା ଅନ୍ତର୍ଗତ ବାଲୁଗାଁ ସଅରସାହିରେ ଘରଜ୍ୱାଇଁ ଭାବରେ ରହୁଥିଲେ । ଗତକାଲି କାଳିଆ ମଦ୍ୟପାନ କରି ସ୍ତ୍ରୀଙ୍କ ସହ ଝଗଡ଼ା କରିବାରୁ ଘରେ ଗଣ୍ଡଗୋଳ ହୋଇଥିଲା । ସକାଳୁ କାଳିଆର ମୃତଦେହ ଘର ଭିତରେ ଥିବା ଖବରପାଇବା ପରେ ନୟାଗଡ଼ ସଦରଥାନା ଏସ୍ଆଇ ସନ୍ତୋଷ ଦାଶ, ସୁବାଷ ବେହେରା, ଏଏସ୍ଆଇ ରାଜେନ୍ଦ୍ର କହଁର ସଦଳବଳେ ଘଟଣାସ୍ଥଳରେ ପହଂଚିଥିଲେ । ପୁଲିସକୁ ଦେଖି ତାଙ୍କ ସ୍ତ୍ରୀ ବିଭ୍ରାନ୍ତିକର କଥା କହୁଥିବା ବେଳେ ମିତୁଆଣୀ ଗ୍ରାମର କାଳିଆଙ୍କ ଭାଇ ସନାତନ ନାୟକ ସଦରଥାନାରେ ପହଂଚି ତାଙ୍କ ଭାଇଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗ ପାଇବା ପରେ ଘଟଣାସ୍ଥଳକୁ ଫରେନ୍ସିକ ଟିମ୍ ଡକାଇ ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ସ୍ତ୍ରୀ ମିତା ନାୟକ ଏବଂ ଶଳା କୃର୍ଷ୍ଣଚନ୍ଦ୍ର ସ୍ୱାଇଁ ଓରଫ କାଳୁକୁ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣାଯାଇଛି ।






