ଧରା ପଡ଼ି ଛେଚା ଖାଇଲେ ଯୁବକ
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହର ବର୍ଣ୍ଣା ଗ୍ୟାସଠାରେ ଆଜି ଏକ ଗ୍ୟାସ ବୋଝେଇ ଗାଡ଼ି ଟାଙ୍କି ଚୋରି କରୁଥିବା ବେଳେ ଦୁଇଜଣ ଯୁବ ସ୍ଥାନୀୟ ଲୋକଙ୍କ ଦ୍ୱାରା ଧରା ପଡ଼ି ଛେଚା ଖାଇଛନ୍ତି । ଯୁବକ ଜଣଙ୍କ ନିଶାଶକ୍ତ ଅବସ୍ଥାରେ ଏଭଳି କରୁଥିବା ଜଣାପଡ଼ିଛି । ଲୋକମାନେ ତାଙ୍କୁ ମାଡ଼ ମାରିବା ଦ୍ୱାରା ଜଣେ ଯୁବକ ଆହାତ ହୋଇଥିବା ବେଳେ ପୁଲିସ ତାଙ୍କୁ ନୟାଗଡ଼ ଡାକ୍ତରଖାନାରେ ଚିକିତ୍ସା କରାଇ ଅଟକ ରଖିଛି । ଦୁଇଟି ଗ୍ୟାସ ଟାଙ୍କିକୁ ଏକ ଖାଲରେ ପକାଇ ଯାଇଥିବା ବେଳେ ତାହା ଉଦ୍ଧାର କରାଯାଇଛି । ଅନ୍ୟପକ୍ଷେ ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୈାଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି ।






