Friday, April 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୋଶାଳାରେ ପହଁଚିଲେ ୮୮ ଗୋରୁ, ୨ମୃତ, ୭ ଅସୁସ୍ଥ

by Anil Panda
June 27, 2020
in Breaking, Crime
ଗୋଶାଳାରେ ପହଁଚିଲେ ୮୮ ଗୋରୁ, ୨ମୃତ, ୭ ଅସୁସ୍ଥ
26
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ଦୀର୍ଘବର୍ଷ ଧରି ଖଣ୍ଡପଡ଼ା, ଗଣିଆ ଓ ଦଶପଲ୍ଲା ଅଂଚଳରୁ ସୁଦୁର ପଶ୍ଚିମବଙ୍ଗର କଲିକତା ଅଂଚଳକୁ ଟ୍ରକ ଯୋଗେ ଚୋରାରେ ଗୋଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ବିଳମ୍ବରେ ହେଉ ପଛେ ଗତ ୨୫ ତାରିଖ ରାତିରେ ଖଣ୍ଡପଡ଼ା ଥାନା ଓ କଂଟିଲୋ ଫାଣ୍ଡି ପୋଲିସ ମିଳିତ ଭାବେ ଚଢ଼ାଉ କରି ବାଣପୁର ଗ୍ରାମ ନିକଟରୁ ଗୋରୁ ବୋଝେଇ ୭ଟି ଟ୍ରକ ଓ ଗୋଟିଏ ପିକ୍‌ଅପ୍ ଭ୍ୟାନକୁ ଜବତ କରିବାରେ ସକ୍ଷମ ହୋଇଥିଲେ । ଉକ୍ତ ଗାଡ଼ିରୁ ସର୍ବମୋଟ ୮୮ଗୋଟି ଗୋରୁଙ୍କୁ ପୋଲିସ ଉଦ୍ଧାର କରିଥିବା ବେଳେ ବିଳମ୍ବିତ ରାତିର ସୁଯୋଗ ନେଇ ଗାଡ଼ି ଚାଳକ ଓ ହେଲପରମାନେ ଘଟଣାସ୍ଥଳରେ ଟ୍ରକ ଗୁଡିକ ଛାଡ଼ି ଫେରାର ହୋଇଯାଇଥିଲେ । ପୋଲିସ ୨ଜଣଙ୍କୁ ଗିରଫ କରି ମାମଲା ରୁଜୁ କରିଥିବା ଜଣାଯାଇଛି । ପୋଲିସ ଦ୍ୱାରା ଉଦ୍ଧାର ସମସ୍ତ ଗୋରୁଙ୍କୁ ଖଣ୍ଡପଡ଼ା ବ୍ଳକର କିଆଝର ପଂଚାୟତ ଅଧିନ ଗିରିଡ଼ିପଲ୍ଲୀ ଜୀବ ବିକାଶ ପରିଷଦର ଗୋଶାଳାକୁ ପଠାଇ ଦିଆଯାଇଥିବା ଜଣାପଡିଛି । ଗୋଶାଳାରେ ପହଁଚିବା ପୂର୍ବରୁ ୨ଟି ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଟି ଗୋରୁ ଏବେ ସଂପୂର୍ଣ୍ଣ ଅସୁସ୍ଥ ଥିବା ନେଇ ଗୋଶାଳାର ମୁଖ୍ୟ ପରିଚାଳକ ଦୁର୍ଯ୍ୟୋଧନ ପରିଡ଼ାଙ୍କଠାରୁ ପ୍ରକାଶ । ଖବର ପାଇ ଖଣ୍ଡପଡ଼ା ପ୍ରାଣୀ ଚିକିତ୍ସାଧିକାରୀ ରମେଶ ଚନ୍ଦ୍ର ବେହେରା ଓ ସହଯୋଗୀମାନେ ଗୋ ଶାଳାରେ ପହଁଚି ସମସ୍ତ ଗାଈଗୋରୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକୀୟ ସାଲାଇନ ଓ ଆନୁସଙ୍ଗିକ ଔଷଧ ପ୍ରଦାନ କରିଥିବା ଜଣାଯାଇଛି । ଉକ୍ତ ଗୋ ଚାଲାଣ ର‌୍ୟାକେଟରେ ଆଖପାଖ ଅଂଚଳର କେତେକ ଅସାମାଜିକ ବ୍ୟକ୍ତିଙ୍କ ପ୍ରଚ୍ଛନ୍ନ ହାତ ଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରଛି । ତେବେ ଗୋ ଚାଲାଣ ର‌୍ୟାକେଟରେ ସଂପୃକ୍ତ ଥିବା ବ୍ୟକ୍ତି ବିଶେଷଙ୍କୁ ତୁରନ୍ତ ଗିରଫ କରି ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରୁ ଦାବି ହେଉଛି । ଏଥିପ୍ରତି ନୟାଗଡ଼ ଜିଲ୍ଲାପାଳ ଓ ଏସପି ଦୃଷ୍ଟି ଦେବାକୁ ଦାବି ହେଉଛି ।

Leave a Reply Cancel reply

Your email address will not be published. Required fields are marked *

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

April 17, 2026
ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!