Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମୀକା ମା’ଙ୍କୁ ଛୁରା ମାଡ଼, ପ୍ରେମୀକ ଗିରଫ

by Anil Panda
August 18, 2020
in Feature News, Nayagarh
ପ୍ରେମୀକା ମା’ଙ୍କୁ ଛୁରା ମାଡ଼, ପ୍ରେମୀକ ଗିରଫ
2.3k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ପ୍ରେମର କରୁଣ ପରିଣିତି ବହୁ ଭୟଙ୍କର ବୋଲି ଆଲୋଚନା ହୁଏ । ଏଭଳି ସ୍ଥିତିରେ ଯଦି ଏକ ତରଫା ପ୍ରେମ ହେଲା ତେବେ ପରିସ୍ଥିତି ସାଂଘାତିକ ହୋଇପଡ଼େ । ଏଭଳି ଏକ ଘଟଣା ଘଟିଛି, ଇଟାମାଟି ଥାନା ଅଂଚଳରେ । ସୂଚନାନୁସାରେ, ଏହି ଥାନା ଅଂଚଳର ସାଗର ନାୟକ ନାମକ ଜଣେ ଯୁବକ ଜଣେ ଛାତ୍ରୀଙ୍କୁ ଏକତରଫା ପ୍ରେମ କରୁଥିବା ବେଳେ ଛାତ୍ରୀ ଜଣଙ୍କ ଏଭଳି କଥାକୁ ଅଗ୍ରାହ୍ୟ କରି ଆସୁଥିଲେ । ଯାହାକୁ ନେଇ ଗତକାଲି ସଂନ୍ଧ୍ୟାରେ ସାଗର ଛାତ୍ରୀଙ୍କ ଘରେ ପହଂଚି ଲଙ୍କାକାଣ୍ଡ ସୃଷ୍ଟି କରିଥିଲେ । ଏଥିରେ ଛାତ୍ରୀଙ୍କ ମାଆ ବାଧା ଦେବାରୁ ସାଗର ସାଙ୍ଗରେ ନେଇଥିବା ଏକ ଛୁରୀ ସାହାର୍ଯ୍ୟରେ ତାଙ୍କୁ ଆକ୍ରମଣ କରିଥିଲେ । ମହିଳାଙ୍କ ପାଟି ଶୁଣି, ଆଖପାଖ ଲୋକ ସାଗରଙ୍କୁ ଘେରି ଯାଇଥିବା ବେଳେ ଖବରପାଇ ଇଟାମାଟି ପୁଲିସ ଘଟଣାସ୍ଥଳରେ ପହଂଚି ସାଗରଙ୍କୁ ଥାନାକୁ ଆଣି ଅଟକ ରଖିଥିବା ବେଳେ ଛାତ୍ରୀଙ୍କ ପରିବାର ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଛୁରାମାଡ଼ରେ ମହିଳା ଆହାତ ହୋଇଥିବା ବେଳେ ଇଟାମାଟି ପୁଲିସ ଘଟଣାର ତଦନ୍ତ କରି ଯୁବକଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!