ନୟାଗଡ଼, (ବାଘୁଆବାର୍ତ୍ତା) : ଜିଲ୍ଲା ମହୋତ୍ସବ ପ୍ରଥମ ସଂନ୍ଧ୍ୟାରେ ସାମନ୍ତ ଚନ୍ଦ୍ରଶେଖର ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ପଠାଣି ସାମନ୍ତଙ୍କ ୧୮୫ତମ ଜନ୍ମ ସ୍ମାରକୀରେ ନୟାଗଡ଼ ଗୈାରବ ଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ନୟାଗଡ଼ ବନ୍ଧୁ ଭାବେ ଆରକ୍ଷୀ ଅଧିକ୍ଷକ ଶଶୀଭୂଷଣ ଶତପଥି, ପଠାଣି ସାମନ୍ତ ପ୍ରତିଭା ସମ୍ମାନ, ପ୍ରଫେସର ପ୍ରମୋଦ ଚନ୍ଦ୍ର ମିଶ୍ର, ପଠାଣି ସାମନ୍ତ ସାହିତ୍ୟ ସମ୍ମାନ ଜିଲ୍ଲା ସୂଚନା ଲୋକ ସଂମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ, ଦାସିଆ ଅଜା ସାହିତ୍ୟ ସମ୍ମାନ ସାହିତ୍ୟକ ରବି ଶତପଥିଙ୍କୁ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ସଂପାଦକ ପ୍ରମୋଦ ପଟ୍ଟନାୟକ ସଂପାଦକୀୟ ବୀବରଣୀ ପାଠ କରିଥିବା ବେଳେ ଆୟୋଜିତ ସଭାକୁ କବି ଶରତ ଚନ୍ଦ୍ର ଆଚାର୍ଯ୍ୟ ସଂଯୋଜନା କରିଥିଲେ ।






