ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଂଚଳରୁ ଗତକାଲି ଗଞ୍ଜେଇ ଚାଲାଣ ବେଳେ ପୁଲିସ ହାବୁଡ଼ରେ ଜଣେ ମହିଳା ଏବଂ ଜଣେ ପୁରୁଷ ଧରାପଡ଼ିଥିବା ବେଳେ ସେମାନଙ୍କଠାରୁ ଗଞ୍ଜେଇ ଏବଂ ଏକ ବାଇକ ଜବତ କରାଯାଇଛି । ସୂଚନାନୁସାରେ, ଗତକାଲି ନୂଆଗାଁ ଥାନା ମହୀପୁର ଫାଣ୍ଡି ଅଧିକାରୀ ରମେଶ କୁମାର ଦେବତା ଫାଣ୍ଡି ସାମନାରେ ବିଭିନ୍ନ ଗାଡ଼ି ମୋଟର ଯାଂଚ କରୁଥିବା ବେଳେ ବାଇକ ଯୋଗେ ଗଞ୍ଜେଇ ଚାଲାଣ କରୁଥିବା ଜାଣିବାକୁ ପାଇଥିଲେ । ପୁଲିସ ସୁତ୍ରରୁ ମିଳିଥିବା ସୂଚନାନୁସାରେ, ଏହି ମହିଳା ଜଣଙ୍କ ଇଟାମାଟି ଅଂଚଳର ହରିହର ଅଲ୍ଲୀଙ୍କ ପତ୍ନୀ ମିନା ସେଖ୍ ବୋଲି ଜଣାଯାଇଛି । ସେହିଭଳି ଭାବେ ପୁରୁଷ ବ୍ୟକ୍ତି ଜଣଙ୍କ ନୟାଗଡ଼ ଟାଉନଥାନା ଅନ୍ତର୍ଗତ ସିନ୍ଦୁରିଆ ଗ୍ରାମର କିୟାମୁଦ୍ଦିନ ଖାନ୍ଙ୍କ ପୁଅ ସଲ୍ଲୀମୁଦ୍ଦିନ୍ ଖାଁ ବୋଲି ଜଣାଯାଇଛି । ସେମାନଙ୍କଠାରୁ ୩ କେଜି ୪୫୦ ଗ୍ରାମ ଗଞ୍ଜେଇ ଏବଂ ଏକ ବାଇକ ଜବତ କରାଯାଇଥିବା ବେଳେ ଆଜି ପୁଲିସ ତାଙ୍କୁ ଗିରଫ କରିଥିବା ଜଣାଯାଇଛି ।





