ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଗଣିଆ ସମବାୟ ସଂପାଦକଙ୍କ ଅକାଳ ବିୟୋଗ ଘଟିଛି । ସଂପାଦକ କାମେଶ୍ୱର ସାହୁଙ୍କର କିଛି ଦିନ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇଥିଲା । ଫଳରେ ତାଙ୍କୁ ଗଣିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଥିଲା । ଆଜି ଭୋର ସମୟରେ ସେ ପରଲୋକ ଗମନ କରିଥିବା ଜଣାଯାଇଛି । ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ସମବାୟ ଉପନିବନ୍ଧକ ଭାସ୍କର ପାଣିଗ୍ରାହୀ ଏବଂ ସମବାୟ ନିରିକ୍ଷକ ହାଡ଼ିବନ୍ଧୁ ମହାକୁଡ଼ ଅମର ଆତ୍ମାର ସତ୍ଗତି କାମନା କରିଛନ୍ତି ।






