ନୟାଗଡ଼,(ବାଘୁଆବାର୍ତ୍ତା): ଗତକାଲି ଗଣିଆ ବ୍ଲକ କିଶୋରପ୍ରସାଦ ପଂଚାୟତ ନିର୍ବାହୀ ଅଧିକାରୀ କପିଳେଶ୍ୱର ପ୍ରଧାନଙ୍କ କାର୍ଯ୍ୟାଳୟରେ ହୃତଘାତ ଘଟି ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଆଜି ପିଇଓ ସଂଘ ପକ୍ଷରୁ ଏକ ଶୋକ ସଭା ନୟାଗଡ଼ ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପସ୍ଥିତ ସମସ୍ତ ପିଇଓମାନେ ନୀରବ ପାର୍ଥନା କରିବା ସହ ଶ୍ରୀଯୁକ୍ତ ପ୍ରଧାନଙ୍କ ଅମର ଆତ୍ମାର ସତ୍ଗତି କାମନା କରିଛନ୍ତି । ବ୍ଲକ ସଂଘ ସଭାପତି ଗଗନ ବିହାରୀ ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସଭାରେ ସଂପାଦକ ସତ୍ୟ ନାରୟଣ ଭୋଇ, ଚିନ୍ମୟ କୁମାର ପଟ୍ଟନାୟକଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିବା ବେଳେ ଜିଲ୍ଲା ସଂଘ ସଭାପତି ପ୍ରକାଶ କୁମାର ଦାଶ ସ୍ୱର୍ଗତ ପ୍ରଧାନଙ୍କ ଅକସ୍ମିକ ବିୟୋଗ ଆମକୁ ବ୍ୟଥିତ କରିଛି ବୋଲି କହିଥିଲେ ।





