Monday, April 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜାତୀୟ ତଦାରଖ କମିଟିର ଗଣିଆ ବ୍ଲକ ପରିଦର୍ଶନ

by ସଞ୍ଜୟ ସ୍ୱାଇଁ
February 14, 2020
in Feature News
21
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ କାର୍ଯ୍ୟାଳୟରେ ଦୁଇ ଜଣିଆ ଜାତୀୟ ପରିଦର୍ଶନ କମିଟି ପରିଦର୍ଶନ କରି ଫେରି ଯାଇଥିବା ଜଣାପଡିଛି । ସେମାନେ ପ୍ରଥମେ ଗଣିଆ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବ୍ଲକ ବିଡିଓ ସିରିୟାଲ ପଟେଲ ସେମାନଙ୍କୁ ସ୍ୱାଗତ କରିଥିଲେ । ସେମାନେ ବ୍ଲକ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବା ପରେ ପ୍ରଥମେ ଗଣିଆ ପଞ୍ଚାୟତକୁ ଯାଇଥିଲେ । ଗଣିଆ ପଞ୍ଚାୟତର ରାଜସ୍ୱ ଗ୍ରାମ ଏରୁଣ୍ଡିପଥରକୁ ଯାଇ ସେଠାରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ହୋଇଥିôବା କାର୍ଯ୍ୟ ଗୁଡିକୁ ତଦାରଖ କରିବା ସହିତ ଜବକାର୍ଡ ଧାରୀ ମାନେ ସେମାନଙ୍କର ପ୍ରାପ୍ୟ ପାଇଛନ୍ତି କି ନାହିଁ ଅନୁଧ୍ୟ୍ୟାନ କରିଥିଲେ । ପରେ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ବାର୍ଦ୍ଧକ୍ୟ ଭତ୍ତା,ବିଧବା ଭତ୍ତା,ରାସନ ସାମଗ୍ରୀ ଠିକ୍‌ରେ ମିଳୁଛି କି ନାହିଁ ସେ ସମ୍ପର୍କରେ କାଗଜପତ୍ର ଯାଞ୍ଚ କରିଥିଲେ । ଏପରିକି କିଛି ହିତାଧିକାରୀଙ୍କୁ ଡାକି ସେମାନଙ୍କୁ ପଚାରି ବୁଝିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଠିକ୍ ଭାବେ ଅର୍ଥ ମିଳୁଛି କି ନାହିଁ ତାହାର ତଦାରଖ କରିବା ସହିତ ପାସ୍ ବୁକ୍ ଯାଞ୍ଚ କରିଥିଲେ । ସ୍ୱଛ ଭାରତ,ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା,ଜୀବିକା ମିଶନ କାର୍ଯ୍ୟ ସମ୍ପର୍କରେ ଅନୁଧ୍ୟ୍ୟାନ କରିଥିଲେ । ବିଡିଓ ସିରିୟାଲ ପଟେଲ,ଅତିରିକ୍ତ ବିଡିଓ ସରୋଜ କୁମାର ନାୟକ,ସରପଞ୍ଚ ସଶ୍ମିତା ଲେଙ୍କା,କନିଷ୍ଠଯନ୍ତ୍ରୀ ଦୀପକ ରଞ୍ଜନ ରାଉତ,କାର୍ଯ୍ୟ ନିର୍ବାହୀ ଅଧିକାରୀ,ଓଡିଶା ଜୀବିକା ମିଶନ ବ୍ଲକ କୋଅଡିନେଟର,ଜିଆରଏସ୍ ପ୍ରମୁଖ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ । ଏହି କମିଟି ଆସନ୍ତା ୧୬ ତାରିଖରେ ଗଣିଆ ବ୍ଲକ ରାସଙ୍ଗ ଓ ଛାମୁଣ୍ଡିଆ ପଞ୍ଚାୟତ ତଦାରଖ କରିବେ ବୋଲି ଅତିରିକ୍ତ ବିଡିଓ ସରୋଜ କୁମାର ନାୟକ ଜଣାଇଛନ୍ତି ।

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026
୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

April 19, 2026
ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!