Monday, July 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଫାଇନାଲରେ କଟକକୁ ଭେଟିବ ଭୂବନେଶ୍ୱର

by ସଞ୍ଜୟ ସ୍ୱାଇଁ
January 25, 2020
in Sports
ଫାଇନାଲରେ କଟକକୁ ଭେଟିବ ଭୂବନେଶ୍ୱର
31
VIEWS
Share on FacebookShare on Twitter

ରାଜ୍ୟ ସ୍ତରୀୟ ଗଣିଆ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ

ନୟାଗଡ଼, (ବାଘୁଆବାର୍ତ୍ତା) : ଗଣିଆ କିଶୋରଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ମହାବୀର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଗଣିଆ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଦ୍ୱିତୀୟ ଦିବସରେ ପରସ୍କରକୁ ଭେଟିଥିଲେ ପଦ୍ମଶ୍ରୀ ଫୁଟବଲ କ୍ଲବ,ଫୁଲବାଣୀ ବନାମ୍ ୟାଜଦାନୀ ଫୁଟବଲ କ୍ଲବ,ଭୂବନେଶ୍ୱର । ମ୍ୟାଚରେ କେହି କାହାକୁ ଗୋଲ୍ ଦେବାକୁ ସମର୍ଥ ହୋଇ ପାରି ନଥିବାରୁ ମ୍ୟାଚ ଟାଇ ହୋଇଥିଲା । ପେନାଲଟିକ୍ ସୁଟରେ ଭୂବନେଶ୍ୱର ଦଳ ୩ଟି ଗୋଲ୍ ସ୍କାର କରିଥିବା ବେଳେ ଫୁଲବାଣୀ ଦଳ ୨ଟି ଗୋଲ୍ ସ୍କୋର କରିଥିଲେ । ପେନାଲଟିକ୍ ସୁଟରେ ଭୂବନେଶ୍ୱର ୩-୨ ଗୋଲରେ ଆଗୁଆ ହୋଇ ଫାଇନାଲରେ ପ୍ରବେଶ କରିଛି । ଆସନ୍ତା ୨୭ ତାରିଖରେ ଫାଇନାଲ ଦିବସରେ ବିଡ଼ାନାସି କଟକ ଓ ଭୂବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବ । ଆଜିର ମ୍ୟାଚରେ ସ୍ୱତନ୍ତ୍ର ଅତିଥି ଭାବେ ଏସପି ଶଶୀ ଭୂଷଣ ଶତପଥି ଯୋଗ ଦେଇଥିôବା ବେଳେ ମୁଖ୍ୟ ଅତିଥି ଭାବେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ସାହୁ, ସମାଜସେବୀ ପ୍ରଦୀପ କୁମାର ସାହୁ, ବ୍ଲକ ସରପଞ୍ଚ ସଂଘର ସଭାପତି ପ୍ରଫୁଲ୍ଲ କୁମାର ବେହେରା, କରଡାପଡ଼ା ସରପଞ୍ଚ ବେଣୁଧର ଦାସ, ଆଡକଟା ସରପଞ୍ଚଞ୍ଚ ବୀର କିଶୋର ଜେନା ପ୍ରମୁଖ ଯୋଗ ଦେଇଥିଲେ । ଖେଳରେ ବେଷ୍ଟ ଦର୍ଶକ ଭାବେ ବିଜୟନଗର ଗ୍ରାମର ଚତୁର୍ଭୁଜ ମହାଳିକଙ୍କୁ ଚୟନ କରାଯାଇଥିଲା । ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ ସାନୁଜ ରାମ ମିଶ୍ର ଓ ଦେବୀ ପ୍ରସାଦ ଦାଶ । ଆସନ୍ତା କାଲିର ପ୍ରଦର୍ଶନୀ ମ୍ୟାଚ ପ୍ରଶାସନିକ ଏକାଦଶ ଓ ଆୟୋଜକ ମହାବୀର ସାଂସ୍କୃତିକ ପରିଷଦ ମଧ୍ୟରେ ଅନୁଷ୍ଠିତ ହେବ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!