Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହୁଗୁଳା ସୁରକ୍ଷା, କ୍ୱାରେଣ୍ଟାଇନ୍ ସେଣ୍ଟରରେ ମାଳ ମାଳ ଆତ୍ମୀୟସ୍ୱଜନ

by Anil Panda
May 20, 2020
in Breaking
ହୁଗୁଳା ସୁରକ୍ଷା, କ୍ୱାରେଣ୍ଟାଇନ୍ ସେଣ୍ଟରରେ ମାଳ ମାଳ ଆତ୍ମୀୟସ୍ୱଜନ
56
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) :ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ନିଜ ନିଜ ଗାଁକୁ ଫେରାଇ ଆଣିବା ପାଇଁ ସରକାର ବ୍ୟବସ୍ଥା କରିବା ସହ ସେମାନଙ୍କୁ ପଞ୍ଚାୟତରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେଠାରେ ସେମାନଙ୍କର ରହିବା, ଖାଇବା ଠାରୁ ଆରମ୍ଭ କରି ଆବଶ୍ୟକୀୟ ନିତ୍ୟ ବ୍ୟବହାର୍ଯ୍ୟ କିଟ୍ ମଧ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଛି । ନିଜ ଘର ପରିବାର ଠାରୁ ଅଲଗା ଏହି ଗୃହରେ ୨୧ ଦିନ ପର୍ଯ୍ୟନ୍ତ ରହିବା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏପରିକି ସେହି କ୍ୱାରେଣ୍ଟାଇନ ସେଣ୍ଟରକୁ ବାହାର ଲୋକଙ୍କ ଯିବା ଆସିବାକୁ ସଂପୂର୍ଣ୍ଣ ରୋକ୍ ଲଗାଯାଇଛି । ଗୋଷ୍ଠୀ ସଂକ୍ରମଣ ନହେବା ପାଇଁ ସଂଗରୋଧ ଗୃହରେ ଥିବା ବ୍ୟକ୍ତିଙ୍କୁ ଦେଖା କରିବା, ଛୁଇଁବା, ତାଙ୍କ ସାମଗ୍ରୀକୁ ଅନ୍ୟମାନେ ବ୍ୟବହାର କରିବାକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି । ସେମାନଙ୍କର ଦେଖାଶୁଣା କରିବାକୁ ଏକ ୧୦ ଜଣିଆ ଟିମ୍ ଗଠନ କରାଯାଇଥିବା ବେଳେ ଦିନ ରାତି ଗ୍ରାମରକ୍ଷୀ ମାନେ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଜଗି ବସିଛନ୍ତି । ତେବେ ଗଣିଆରେ ଥିବା ରଘୁନାଥ ଜୀଉ ମହାବିଦ୍ୟାଳୟ କ୍ୱାରେଣ୍ଟାଇନ ସେଣ୍ଟରରେ ସୁରକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ହୁଗୁଲା ହୋଇପଡ଼ିଥିବା ଦେଖିବାକୁ ମିଳୁଛି । ପ୍ରଥମ ଦିନରୁ ପ୍ରବାସୀ ମାନେ ଗଣିଆ ବଜାରରେ ବୁଲି ଚା,ଜଳଖିଆ ଖାଉଥିବା ଅଭିଯୋଗ ହୋଇଥିଲା । ଏ ନେଇ ଗତ ୧୩ ତାରିଖ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ଖବର ପ୍ରକାଶ ପରେ କିଛି ଦିନ ସଚେତନ ହେବା ପରେ ଏବେ ଯଥା ପୂବଂ ତଥା ପରଂ ପରିସ୍ଥତି ଦେଖିବାକୁ ମିଳୁଛି । ସଂଗରୋଧରେ ଥିବା ପ୍ରବାସୀଙ୍କ ଆତ୍ମୀୟସ୍ୱଜନ ତାଙ୍କୁ ଦେଖା କରିବା ପାଇଁ ଭିଡ଼ ଜମାଉଥିବା ବେଳେ ଜଳଖିଆ ଠାରୁ ଆରମ୍ଭ କରି ଫିନାଇଲ ପର୍ଯ୍ୟନ୍ତ ଯୋଗାଉଛନ୍ତି । ଯାହାକି ଆଗାମୀ ଦିନରେ ସମସ୍ତଙ୍କୁ ବିପଦକୁ ଠେଲି ଦେଇପାରେ ବୋଲି ଆଲୋଚନା ହେଉଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି କ୍ୱାରେଣ୍ଟାଇନ ସେଣ୍ଟରରୁ ୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ତଥାପି ବି ଲୋକଙ୍କର ଚେତା ପଶୁନି । ମଙ୍ଗଳବାର ଗଣିଆ ସରପଞ୍ଚଙ୍କ ପ୍ରତିନିଧି ଅଜୟ କୁମାର ଲେଙ୍କା ଉକ୍ତ ସ୍ଥାନରେ ଗହଳି ଦେଖି ପ୍ରତିବାଦ କରିଥିଲେ । ଏପରିକି ଏହି ଘଟଣା ସଂପର୍କରେ ତହସିଲଦାରଙ୍କର ଦୃଷ୍ଟି ଆକର୍ଷଣ କରି ଉକ୍ତ ସେଣ୍ଟରକୁ ସଟ୍‌ଡାଉନ କରିବାକୁ ପ୍ରସ୍ତାବ ଦେଇଥିଲେ । ମାତ୍ର ତାହା କାର୍ଯ୍ୟକାରୀ ହୋଇପାରି ନାହିଁ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!