ନୟାଗଡ଼଼, (ବାଘୁଆବାର୍ତ୍ତା): ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଅନୁଷ୍ଠିତ ପୂଜାରେ ଆଜି ଏକ ନିଆରା କଥା ଦେଖିବାକୁ ମିଳିଛି । ବିରୁଡ଼ା ପଂଚାୟତ ଅନ୍ତର୍ଗତ ବାଘେରା ଗ୍ରାମରେ ଏଭଳୁ ସଚେତନତା କାର୍ଯ୍ୟ ଦୃଷ୍ଟି ଆକର୍ଷଣ କରିଛି । ବାଘେରା ଗ୍ରାମର ପୋଗ୍ରେସିଭ ଯୁବକ ସଂଘ ଦ୍ୱାରା ଆୟୋଜିତ ଗଣେଶ ପୂଜାରେ ଏକ ଆଧୁନିକ ଗଣେଶ ମୂର୍ତ୍ତୀ ତିଆରି କରାଯାଇଥିବା ବେଳେ ସେ କରୋନା ରୂପି ରାକ୍ଷାସକୁ ବାନ୍ଧୀ ନେଉଥିବାରୁ ଦୃଶ୍ୟ ସମସ୍ତଙ୍କ ମନମୋହିବା ସହ ଦୃଷ୍ଟି ଆକର୍ଷଣ କରିଛି । ଏହି ମୂର୍ତ୍ତୀକୁ ଶିଳ୍ପୀ ରାକେଶ ଦାଶ ନିର୍ମାଣ କରିଥିବା ଜଣାଯାଇଛି । ଏପରିକି ଆଧୁନିକ ଗଣେଶ ହାତରେ ପ୍ଲାକାର୍ଡ଼ ଧରି ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ସଚେତନ କରୁଥିବା ଏବଂ ଅନ୍ୟ ହାତରେ ସାନିଟାଇଜର ଧରି ଥିବା ଦେଖାଯାଇଛି ।






