Wednesday, January 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖୁଦୁରୁକୁଣୀ ବେଳେ ଗାଧୋଇବା ହେଲା କାଳ, ଯୁବତୀ ମୃତ

by Anil Panda
August 30, 2020
in Accident, Nayagarh
ଖୁଦୁରୁକୁଣୀ ବେଳେ ଗାଧୋଇବା ହେଲା କାଳ, ଯୁବତୀ ମୃତ
1.5k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଖରସ୍ରୋତା ବୃତଙ୍ଗ ନଦୀକୁ ଖୁଦୁରୁକୁଣି ଓଷା କରିବାକୁ ଯାଇଥିବା ବେଳେ ନଦୀର ପ୍ରଖର ସୂଅରେ ଭାସିଯାଇ ଜଣେ ଯୁବତୀ ପ୍ରାଣ ହରାଇଥିବା ବେଳେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ସୂଚନାନୁସାରେ, ଦଶପଲ୍ଲା ଥାନା ଅନ୍ତର୍ଗତ ଟାକରା ପଂଚାୟତ ବୁରୁସାହି ଗାଁରେ ଯବତୀମାନେ ଆଜି ଖୁଦୁରୁକୁଣି ଓଷା ଆଜି ନଦୀରେ ଗାଧୋଇବା ପାଇଁ ଯାଇଥିଲେ । ଏହି ସମୟରେ ପ୍ରମୋଦ ମାଝିଙ୍କ ସାନ ଝିଅ ଆରତୀ (ଲୁସି) ଗୋଡ ଖସି ଯିବାରୁ ସେ ଭାସି ଯାଉଥିବା ଦେଖି ତାଙ୍କୁ ଉଦ୍ଧାର କରିବା ପାଇଁ ବଡ ଭଉଣୀ ଶ୍ରଦ୍ଧାଞଳୀ, ଜମୁନା ନାୟକ ଏବଂ ଜିତା ସାହୁ ଜଣଙ୍କ ପରେ ଜଣେ ଲମ୍ଫ ମାରିଥିଲେ । ନଦୀର ପ୍ରଖର ସୁଅରେ ସମସ୍ତେ ଭାସି ଯାଉଥିବା ଦେଖି ସ୍ଥାନୀୟ ଜନସାଧାରଣ କିଛି ବାଟ ମଧ୍ୟରେ ଆରତୀ, ଜମୁନା ଓ ଜିତାଙ୍କୁ ଉଦ୍ଧାର କରିଥିବା ବେଳେ ଶ୍ରଦ୍ଧାଞ୍ଜଳୀଙ୍କ କୈାଣସି ପତ୍ତା ମିଳିନଥିଲା । ବୁରୁସାହି ଘାଟରୁ ପ୍ରାୟ ୩ କିମି ଭାସିଯିବା ପରେ ପେହେଲାଜୁ ଘାଟଠାରେ ସ୍ଥାନୀୟ ଜନସାଧାରଣ ଏବଂ ସ୍ଥାନୀୟ ଦମକଳ ବାହିନୀର କର୍ମଚାରୀମାନେ ଶ୍ରଦ୍ଧାଞ୍ଜଳୀଙ୍କୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରିଥିଲେ । ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣ କରିଛନ୍ତି ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!