ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁ ଗଣ୍ଡାରେ ବିରୋଧି ଏବେ ଅଶାନ୍ତିର ମଞ୍ଜି ବୁଣୁଛନ୍ତି । ଲୋକଙ୍କ ବ୍ୟକ୍ତିଗତ ଗଣ୍ଡଗୋଳକୁ ରାଜନୈତିକ ରୂପ ଦିଆଯାଉଛି । ଗତକାଲି ନୟାଗଡ଼ ସଦରବ୍ଲକ ଗଦାଧରପ୍ରସାଦ ଗ୍ରାମରେ ଜୈନିକ ମହିଳା ସରକାରୀ ଜମିରେ ଘର କରିବାକୁ ନେଇ ଗ୍ରାମ୍ୟ କମିଟିର ଜୈନିକ ସଦସ୍ୟଙ୍କ ବଚସା ହୋଇଥିଲା । ଏନେଇ ମହିଳା ଜଣଙ୍କ ଇଟାମାଟି ଥାନାରେ ତାଙ୍କୁ ଆକ୍ରମଣ କରାଯାଇଥିବା ଏତଲା ଦେଇଥିଲେ । ଗ୍ରାମ୍ୟ କମିଟି ସଦସ୍ୟଙ୍କ ପôତୀ ମଧ୍ୟ ଏକ ଏତଲା ଦେଇଥିଲେ । ଉଭୟ ପକ୍ଷ ଲାଗିଥିବା ବଚସାର ଭିଡିଓକୁ ଭାଇରାଲ କରି ବିରୋଧି ଏହାକୁ ରାଜନୈତିକ ରୂପ ଦେବାକୁ ଚେଷ୍ଟା କରିଥିବା ଦେଖାଯାଇଛି । କେବଳ ଗଦାଧରପ୍ରସାଦ ନୁହେଁ, ବିଭିନ୍ନ ଗାଁରେ ଅଶାନ୍ତି ସୃଷ୍ଟି କରାଇବା ପାଇଁ ଚେଷ୍ଟା କରାଯାଉଛି । ଯାହାକୁ ବୁଦ୍ଧିଜୀବୀଙ୍କ ପକ୍ଷରୁ ନିନ୍ଦା କରାଯାଉଛି ।





