ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସଦର ବ୍ଲକ ଅନ୍ତର୍ଗତ ନୟାଗଡ଼ ଖଣ୍ଡପଡ଼ା ରାସ୍ତା ଯଦୁପୁର ଗ୍ରାମର ନିକଟରେ ଆଜି ପ୍ରାତଃ ସମୟରେ ଏକ ଅନନ୍ୟ ଘଟଣା ଦେଖିବାକୁ ମିଳିଛି । ରାସ୍ତା ପାଶ୍ୱରେ ଥିବା ଏକ ଅର୍ଜ୍ଜୁନ ଗଛରୁ ପାଣି ଝରୁଥିବା ଦେଖିବାକୁ ମିଳିଛି । ଅର୍ଜ୍ଜୁନ ଗକ୍ତରୁ ଗତ୍ପିର ଏକ ସ୍ଥାନରେ ସାମାନ୍ୟ ଫାଟ ସୃଷ୍ଟି ହେବା ସହ ସେହି ଫାଟରୁ ପିଚକାରୀ ମାରିବା ଭଲି ପାଣି ରାସ୍ତାରେ ପଡ଼ୁଥିବା ଦେଖାଯାଇଥିଲା । ସୂର୍ଯ୍ୟ ଉଦୟ ହେବା ପରେ ଏହି ପାଣି ବୋହିବା ଆପେ ଆପେ ବନ୍ଦ ହୋଇ ଯାଇଥିବା ବେଳେ ଏହାକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା ।






