Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲାରେ ୪ଜଣ ରେଞ୍ଜରଙ୍କୁ ଅନ୍ୟତ୍ର ବଦଳି: ଫାଙ୍କା ହୋଇଯିବ କି ବନାଞ୍ଚଳ କାର୍ଯ୍ୟାଳୟ!

by ସଞ୍ଜୟ ସ୍ୱାଇଁ
January 15, 2022
in Breaking, Nayagarh, State
ଜିଲ୍ଲାରେ ୪ଜଣ ରେଞ୍ଜରଙ୍କୁ ଅନ୍ୟତ୍ର ବଦଳି: ଫାଙ୍କା ହୋଇଯିବ କି ବନାଞ୍ଚଳ କାର୍ଯ୍ୟାଳୟ!
393
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବନ ବିଭାଗ ଅଧିନରେ ରହିଛି ୭ଟି ବନାଞ୍ଚଳ କାର୍ଯ୍ୟାଳୟ । ପଂଚରିଡା, ଓଡ଼ଗାଁ, ମହିପୁର, ଦଶପଲ୍ଲା, ଗଣିଆ, ଖଣ୍ଡପଡ଼ା ଓ ନୟାଗଡ଼ ବନାଞ୍ଚଳ କାର୍ଯ୍ୟାଳୟ ରହିଥିବା ବେଳେ ସେଥିରୁ ବର୍ତ୍ତମାନ ୪ଟି ବନାଞ୍ଚଳ କାର୍ଯ୍ୟାଳୟରୁ ୪ଜଣ ରେଞ୍ଜରଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ତେବେ ୪ଜଣ ରେଞ୍ଜ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲେ ମଧ୍ୟ ତାଙ୍କ ବଦଳରେ କାହାକୁ ମଧ୍ୟ ପୋଷ୍ଟିଂ ଦିଆଯାଇନାହିଁ । ତେଣୁ ବଡ଼ ଚିନ୍ତାରେ ପଡିଛି ନୟାଗଡ଼ ବନଖଣ୍ଡ । ସୂଚନାନୁସାରେ, ନୟାଗଡ଼ ବନଖଣ୍ଡ ଅଧିନରେ ଥିବା ପଂଚରିଡା, ଓଡ଼ଗାଁ, ମହିପୁର ଓ ଖଣ୍ଡପଡ଼ା ବନାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟ କରିଆସୁଥିବା ବନାଞ୍ଚଳ ଅଧିକାରୀମାନଙ୍କୁ ଜିଲ୍ଲା ବାହାରକୁ ବଦଳି କରାଯାଇଛି । ତେବେ ପଂଚରିଡା ବନାଞ୍ଚଳ ଅଧିକାରୀ ଅର୍ଚ୍ଚନା ଗମାଙ୍ଗୋଙ୍କୁ ଫୁଲବାଣି ବନଖଣ୍ଡ ଅଧିନରେ ଥିବା ରାଇକିଆ ବନାଞ୍ଚଳକୁ ବଦଳି ହୋଇଥିବା ବେଳେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅମ୍ରିତ୍ କୁମାର ସାହୁଙ୍କୁ ସାତକୋଶିଆ ପାମ୍ପସର ବନାଞ୍ଚଳକୁ ବଦଳି କରାଯାଇଛି । ସେହିପରି ମହିପୁର ବନାଞ୍ଚଳ ଅଧିକାରୀ ପ୍ରମୋଦ ପଣ୍ଡାଙ୍କୁ ଆସ୍କା ବନାଞ୍ଚଳକୁ ବଦଳି କରାଯାଇଥିବା ବେଳେ ଖଣ୍ଡପଡ଼ା ବନାଞ୍ଚଳ ଅଧିକାରୀ ଶରତ କୁମାର ଶତପଥିଙ୍କୁ କୋଣାର୍କ ବନାଞ୍ଚଳକୁ ବଦଳି କରାଯାଇଥିବା ଜଣାପଡିଛି । ବଦଳି ହୋଇଥିବା ରେଞ୍ଜରମାନଙ୍କୁ ତୁରନ୍ତ ନିଯୁକ୍ତ କରାଯାଇଥିବା ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ରହିଛି । ଜିଲ୍ଲାର ୭ଟି ବନାଞ୍ଚଳରୁ ୪ଜଣ ରେଞ୍ଜରଙ୍କୁ ବଦଳି କରାଯାଇଥିବା ବେଳେ ସେମାନଙ୍କ ବଦଳ ନୟାଗଡ଼ ବନଖଣ୍ଡରେ କାହାକୁ ନିଯୁକ୍ତ ନଦେବା ପରିତାପର ବିଷୟ ବୋଲି ଆଲୋଚନା ହେଉଛି । ବଦଳି ହୋଇଥିବା ୪ଟି ବନାଞ୍ଚଳର ଅଧିକାରୀଙ୍କୁ ନିଯୁକ୍ତ ନଦେବା, ବନାଞ୍ଚଳ କାର୍ଯ୍ୟାଳୟ ଫାଙ୍କା ହୋଇଯିବ କି ବୋଲି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!