ନୟାଗଡ଼, (ବାଘୁଆବାର୍ତ୍ତା): ୭୮୬ ୟୁଥ କ୍ଲବ ସିନ୍ଦୁରିଆ ଏବଂ ନୟାଗଡ଼ କ୍ଲବର ମିଳିତ ଆନୁକୂଲ୍ୟରେ ନୟାଗଡ଼ ଖେଳ ପଡିଆଠାରେ ଚଳିତ ବର୍ଷ ୨୦୨୩ର ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ୨ୟ ଦିନ ମ୍ୟାଚରେ ସୁଦେବା ସ୍ପୋର୍ଟ୍ସ ଦିଲ୍ଲୀ ଏବଂ ୟୁନାଇଟେଡ କ୍ଲବ ବରଗଡ଼ ପରସ୍ପରକୁ ଭେଟିଥିଲେ । ପ୍ରଥମରୁ ବରଗଡ଼ ଟିମ ଦିଲ୍ଲୀ ଉପରେ ଭାରି ପଡିଥିଲା । ପ୍ରଥମର୍ଧରେ ୩ଟି ଏବଂ ଦ୍ୱିତୀୟାର୍ଦ୍ଧରେ ୩ଟି ଗୋଲ ଦେଇ ସମ୍ପୂର୍ଣ୍ଣ ଭାବେ ଦିଲ୍ଲୀ ଉପରେ ପ୍ରଭାବ ବିସ୍ତାର କରିଥିଲା । ଏବଂ ଶେଷରେ ୬-୦ ଗୋଲରେ ବିଜୟୀ ହୋଇଥିଲା । ବରଗଡ଼ ପକ୍ଷରୁ ସର୍ବାଧିକ ଗୋଲ ଦେଇ ଅନ୍ତର୍ଯ୍ୟାମୀ ପ୍ରଧାନ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଲାଭ କରିଥିଲେ । ଏଥି ସହିତ ରୁଦ୍ର ପ୍ରଧାନ, ବିଧେସ ବାଗ ଓ ବିଟୁ ଛାତ୍ରିଆ ପ୍ରମୁଖ ଗୋଟିଏ ଲେଖାଏଁ ଗୋଲ ଦେଇ ଦଳକୁ ବିଜୟୀ କରିଥିଲେ । ଆଜିର ଖେଳରେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ।

ସେହିପରି ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ ପୌରାଞ୍ଚଳର ଅଧ୍ୟକ୍ଷା ନିରୁପମା ଖଟେଇ, ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ, ସମାଜସେବୀ ଜ୍ୟୋତିର୍ମୟୀ ପଟ୍ଟନାୟକ, ସମାଜସେବୀ ରାଧେଶ୍ୟାମ ମହତା ନୟାଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ୭୮୬ କମିଟିର ସଭାପତି ଶେଖ ୟୁସୁଫ, ନୟାଗଡ଼ କ୍ଲବ ସଭାପତି ରବୀନ୍ଦ୍ର କୁମାର ସାହୁ, ହାଜରତ ଅଳ୍ଲୀ ଖାଁ, ସାଙ୍ଗଠନିକ ସଭାପତି ଏସ କେ ନଇମୁ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । ମୁଖ୍ୟ ରେଫରୀ ଭାବେ ଜ୍ୟୋତି ରଞ୍ଜନ ସ୍ୱାଇଁ, ପରି ଚାଳନା କରିଥିଲେ, ଅରୁଣ କୁମାର ନାୟକ, ଅଶୋକ କହ୍ନର, ଦର୍ଶନ ନାୟକ ମ୍ୟାଚ କମିଶନର ଆଲୋକ କୁମାର ଦାସ ପ୍ରମୁଖ ସହାୟତା କରିଥିଲେ । ଖେଳକୁ ଭରପୁର ସଂଖ୍ୟାରେ ଦର୍ଶକ ପଡିଆ ଚାରିପଟେ ଉପଭୋଗ କରୁଥିଲା ବେଳେ ଦୁଇପଟେ ଦୁଇଟି ବଡ଼ ସ୍କ୍ରିନରେ ମଧ୍ୟ ଦେଖି ପାରୁଥିଲେ । ଆଜିର ମ୍ୟାଚରେ ଧାରା ବିବରଣୀ ପ୍ରଦାନ କରୁଥିଲେ ଭାଗିରଥି ପାତ୍ର ଓ ରାମକୃଷ୍ଣ ରଥ । ଆସନ୍ତା କାଲିର ଖେଳ ସୁନାବେଡା ଓ ପଞ୍ଜାବ ମଧ୍ୟରେ ଏଠାରେ ଅନୁଷ୍ଠିତ ହେବ ।







