ପଡିଆର ଯତ୍ନ ନେବାକୁ ଅରୁଣଙ୍କ ପରାମର୍ଶ
ନୟାଗଡ଼, (ବାଘୁଆବାର୍ତ୍ତା): ପ୍ରଥମ ନୟାଗଡ଼ ଲିଗ୍ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି । ନୟାଗଡ଼ ଖେଳ ପଡିଆଠାରେ ଅକ୍ଟୋବର ୨ରୁ ଆରମ୍ଭ ହୋଇ ଅକ୍ଟୋବର ୧୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ମଣିଂ କ୍ଳବ ଦ୍ୱାରା ଏକ ପ୍ରସ୍ତୁତି ବୈଠକ ଆଜି ରୋଟାରୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୌରାଧ୍ୟକ୍ଷ ନିରୁପମା ଖଟ୍ଟେଇ ପ୍ରମୁଖ ଉପସ୍ଥିତ ରହିଥିଲେ ।
ପ୍ରତ୍ୟେକ ଦିନ ନୟାଗଡ଼ ଖେଳ ପଡିଆର ଯତ୍ନ ନେବା ପାଇଁ ଡ. ସାହୁ ପରାମର୍ଶ ଦେଇଥିଲେ । ଯେତିକି ଯତ୍ନ ନେବ ଏହାର ସୁଫଳ ସେତିକି ପାଇବ ବୋଲି ପରାମର୍ଶ ଦେଇଥିଲେ । ଖୁବ୍ ଶୀଘ୍ର ଟିମ୍ ଗୁଡିକ ସହିତ ଯୋଗାଯୋଗ କରି ଫିଚର ତିଆରି କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ନୟାଗଡ଼ ସହରର ବହୁ ଖେଳ ପ୍ରେମୀ ଯୋଗ ଦେଇଥିଲେ ।






