Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସର୍ବ ଭାରତୀୟ ଫୁଟବଲ କପ ଟୁର୍ଣ୍ଣାମେଣ୍ଟ ନୟାଗଡ଼, ଫାଇନାଲରେ ମଙ୍ଗଳା କ୍ଲବ କଟକ

by ସଞ୍ଜୟ ସ୍ୱାଇଁ
January 16, 2025
in Nayagarh, Sports, State
ସର୍ବ ଭାରତୀୟ ଫୁଟବଲ କପ ଟୁର୍ଣ୍ଣାମେଣ୍ଟ ନୟାଗଡ଼, ଫାଇନାଲରେ ମଙ୍ଗଳା କ୍ଲବ କଟକ
329
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଖେଳ ପଡିଆ ଠାରେ ସର୍ବ ଭାରତୀୟ ଫୁଟବଲ କପ ଟୁର୍ଣ୍ଣାମେଣ୍ଟର ଆଜି ତୃତୀୟ ଦିବସ ଦିବସ ତଥା ପ୍ରଥମ ସେମିଫାଇନାଲ । ଆଜିର ଖେଳ କେ.ବି.ଏମ ମଙ୍ଗଳା ଗଞ୍ଜ ମଣିପୁର ବନାମ ମଙ୍ଗଳା କ୍ଲବ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ରଣପୁରର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ ଯୋଗ ଦେଇଥିଲେ । ୭୮୬ ୟୁଥ କ୍ଲବ ସିନ୍ଦୁରିଆ, ମଣିଙ୍ଗ କ୍ଲବ ନୟାଗଡ଼ ଆଥଲେଟିକ ଆସୋସିଏସନ ଓ ନୟାଗଡ଼ କ୍ଲବ ମିଳିତ ଉଦ୍ୟମରେ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି ।

ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରୋଧ୍ୟକ୍ଷା ନିରୁପମା ଖଟେଇ, ନୟାଗଡ଼ ଜିଲ୍ଲା ଆମ୍ବେଦକର ସଂଘର ସଭାପତି ସୁଧୀର କୁମାର ମୁକ୍ଷୀ, ସମ୍ପାଦକ ବିପିନ କୁମାର ଦଳେଇ, ଇଂ. ଏସ.କେ.ଇସୁଫ, ଜାନବ ଏସ.କେ.ନଇନ ଓ ଅନୁୱାର ଅଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ । ଆଜିର ଖେଳ ବେସ ଚିତାକର୍ଷକ ହୋଇଥିଲା । ଉଭୟ ଦଳ ବେସ୍ ଚିତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ । ମଙ୍ଗଳା କ୍ଲବ କଟକ ୫-୩ ଗୋଲରେ ବିଜୟ ଲାଭ କରି ଫାଇନାଲକୁ ଉତୀର୍ଣ୍ଣ ହୋଇଛି ।

ଶ୍ରେଷ୍ଠ ଖେଳାଳୀ ଭାବେ ମଙ୍ଗଳା କ୍ଲବ କଟକର ପ୍ରକାଶ ନାୟକଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ ଶ୍ରେଷ୍ଠ ଖେଳାଳୀଙ୍କୁ ଟ୍ରଫି ସହ ପୁରସ୍କୃତ କରିଥିଲେ । ଆଜି ଖେଳର ମୁଖ୍ୟ ରେଫରୀ ଭାବେ ରାଜୁ ମହାନ୍ତି ପରିଚାଳନା କରୁଥିବା ବେଳେ ସହାୟକ ରେଫରୀ ଭାବେ ଶଶିକାନ୍ତ ଦାସିଆ ଓ ଦେବରାଜ ସ୍ୱାଇଁ ପରିଚାଳନା କରିଥିଲେ ।

ଚତୁର୍ଥ ରେଫରୀ ଭାବେ ଜ୍ୟୋତି ରଞ୍ଜନ ସ୍ୱାଇଁ ପରିଚାଳନା କରୁଥିବା ବେଳେ ମ୍ୟାଚ କମିଶନର ଭାବେ ଆଲୋକ ଦାସ ଖେଳ ପରିଚାଳନା କରିଥିଲେ । ଆଜି ଖେଳର ଉଦଘୋଷକ ଭାବେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଶେଖ ଅବଦୁଲ ଖାଲ୍ଲିକ, ପ୍ରଫେସର ଆଶୁତୋଷ ମିଶ୍ର ଓ ଭାଗିରଥି ପାସା ଯୋଗ ଦେଇଥିଲେ । ହଜାର ହଜାର ସଂଖ୍ୟକ ଦର୍ଶକ ଖେଳର ମଜା ଉଠାଇଥିଲେ । ଆସନ୍ତା କାଲି ଦ୍ୱିତୀୟ ସେମି ଫାଇନାଲ ଅନୁଷ୍ଠିତ ହେବ । ଉତ୍ତରପଲ୍ଲୀ ମିଲନ ସଂଘ କୋଲକତା ସହିତ ସମ୍ବଲପୁର ଏକାଡେମୀ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!