Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ରେ ସର୍ବ ଭାରତୀୟ ଫୁଟବଲ କପ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ, ମଙ୍ଗଳା କ୍ଲବ ୬-୨ ଗୋଲରେ ବିଜୟୀ

by ସଞ୍ଜୟ ସ୍ୱାଇଁ
January 14, 2025
in Nayagarh, Sports, State
ନୟାଗଡ଼ରେ ସର୍ବ ଭାରତୀୟ ଫୁଟବଲ କପ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ, ମଙ୍ଗଳା କ୍ଲବ ୬-୨ ଗୋଲରେ ବିଜୟୀ
356
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଖେଳ ପଡିଆ ଠାରେ ଆଜି ସର୍ବ ଭାରତୀୟ ଫୁଟବଲ କପ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ଏହା ସହିତ ଫୁଟବଲ ପତାକାକୁ ଉତୋଳନ କରିଥିଲେ । ୭୮୬ ୟୁଥ କ୍ଲବ ସିନ୍ଦୁରିଆ, ମଣିଙ୍ଗ କ୍ଲବ ନୟାଗଡ଼ ଆଥଲେଟିକ ଆସୋସିଏସନ ଓ ନୟାଗଡ଼ କ୍ଲବ ମିଳିତ ଉଦ୍ୟମରେ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି ।

ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଇଂ. ଏସ କେ ଇସୁବ, ପ୍ରଫେସର ଅଶୋକ କୁମାର ନାୟକ, ଆଲୋକ କୁମାର ଦାସ, ଅନୁୱର ଅଲ୍ଲୀ, ନୟାଗଡ଼ ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା ଓ ଆଲୋକ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରଥମରୁ ଦିଗମ୍ବତ ଫୁଟବଲ ଖେଳାଳୀ ରୋଟାରିଆନ ଆରିଫ ଖାଁ ଓ ଶିବୁନ ମହାନ୍ତିଙ୍କ ପରଲୋକ ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

ଆଜିର ଖେଳ ସାଇ ହାଲ ସୁନାବେଢ଼ା ବନାମ ମଙ୍ଗଳା କ୍ଲବ କଟକ ମଧ୍ୟରେ ଚିତା କର୍ଷକ ଖେଳ ଅନୁଷ୍ଠିତ ହୋଇଥିଲା । ଆଜିର ଖେଳରେ ମଙ୍ଗଳା କ୍ଲବ କଟକ ସାଇ ହାଲ ସୁନାବେଢ଼ାକୁ ୬ ଗୋଟି ଗୋଲ ଦେଇଥିବା ବେଳେ ସାଇ ହାଲ ସୁନାବେଢ଼ା ମଙ୍ଗଳା କ୍ଲବ କଟକକୁ ଦୁଇ ଗୋଟି ଗୋଲ ଦେଇଥିଲା । ଶେଷରେ ମଙ୍ଗଳା କ୍ଲବ କଟକ ୬-୨ ଗୋଲରେ ବିଜୟ ଲାଭ କରି ସେମି ଫାଇନାଲକୁ ଉତିର୍ଣ୍ଣ ହୋଇଛି । ଆଜିର ଖେଳରେ ମଙ୍ଗଳା କ୍ଲବ କଟକର ୧୦ ନମ୍ବର ଖେଳାଳୀ ଦୀନବନ୍ଧୁ ଦାସ ଶ୍ରେଷ୍ଠ ଖେଳାଳୀ ଭାବେ ମନୋନୀତ ହୋଇଛନ୍ତି ।

ତାଙ୍କୁ ଟ୍ରଫି ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ସଦର ଥାନା ସବ୍ ଇନିସପେକ୍ଟର ଧର୍ମେନ୍ଦ୍ର ଶିଆଳ ତାଙ୍କୁ ୫୦୦ ଟଙ୍କା ପ୍ରଦାନ କରିଛନ୍ତି । ଆଜି ଖେଳର ଉଦଘୋଷକ ଭାବେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଶେଖ ଅବଦୁଲ ଖାଲ୍ଲିକ, ପ୍ରଫେସର ଆଶୁତୋଷ ମିଶ୍ର ଓ ଭାଗିରଥି ପାସା ଯୋଗ ଦେଇଥିଲେ । ଖେଳକୁ ପରିଚାଳନା କରିଥିଲେ ମୁଖ୍ୟ ରେଫରୀ ରାଜୁ ମହାନ୍ତି । ହଜାର ହଜାର ସଂଖ୍ୟକ ଦର୍ଶକ ଖେଳର ମଜା ଉଠାଇଥିଲେ । ଆସନ୍ତା କାଲି ୟୁନାଇଟେଡ କ୍ଲବ ଗଣ୍ଡରପୁର ଓ ସମ୍ବଲପୁର ଫୁଟବଲ ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହେବ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!